ଷ୍ଟାର୍‌ ହେବାକୁ ପ୍ରସ୍ତୁତ ନୁହଁନ୍ତି ରାନୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 23, 2020

ଷ୍ଟାର୍‌ ହେବାକୁ ପ୍ରସ୍ତୁତ ନୁହଁନ୍ତି ରାନୁ!

ମୁମ୍ୱାଇ : କୋଲକାତାର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିବା ମହିଳା ହେଉଛନ୍ତି ରାନୁ ମଣ୍ଡଳ। ଏହାର ଠିକ୍‌ ପରେ ରାନୁ ହିମେଶ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ବଲିଉଡ୍‌ରେ ପ୍ରବେଶ କରିଥିଲେ।

ତେବେ ବିଗତ ଦିନରେ ରାମ୍ପ୍‌ ଶୋ’ରେ ଚାଲିବା ହେଉ କିମ୍ୱା ଫ୍ୟାନ୍ସଙ୍କୁ ସେଲ୍ଫି ନଦେବା, ଏସବୁ କାରଣ ପାଇଁ ୟୁଜର ତାଙ୍କୁ ସୋଶାଲ ମିଡିଆରେ ଘେରିଥିଲେ। ଯାହା ଯୋଗୁଁ ରାନୁ ସୋଶାଲ ମିଡିଆରେ ୟୁଜର୍‌ଙ୍କର ଟ୍ରୋଲର ଶିକାର ହୋଇଥିଲେ। ଏବେ ରାନୁଙ୍କର ଏହି ଟ୍ରୋଲିଂକୁ ନେଇ ମୁହଁ ଖୋଲିଛନ୍ତି ହିମେଶ ରେଶମିୟା।

ସେ ପ୍ରତିକ୍ରିୟାରେ କହିଛନ୍ତି, ‘ଯେବେ ମୁଁ ରାନୁଙ୍କୁ ବ୍ରେକ୍ ଦେଇଥିଲି, ଲାଗିଲା ଯେ ମୋତେ ଲତାଜୀଙ୍କ ସ୍ୱର ମିଳିବ। ଏହା ହିଁ ହୋଇଥିଲା। ‘ତେରି ମେରୀ କାହାନୀ’ ଗୀତ ରିଲିଜ୍‌ ହେବା ପରେ ଗୀତଟି ହିଟ୍ ହୋଇଥିଲା। ଏହାପରେ ରାନୁ ଆହୁରି ଲୋକପ୍ରିୟ ହୋଇଯାଇଥିଲେ। କିନ୍ତୁ ସେଲ୍ଫି ଘଟଣାରେ ଫ୍ୟାନଙ୍କ ସହିତ ଫଟୋ ନଉଠାଇବାରୁ ସେ ଟ୍ରୋଲ୍ ହୋଇଥିଲେ।’

ହିମେଶ୍ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଏହା ପଛର କାହାଣୀ ଜଣାନାହିଁ। ଏହି ବିଷୟରେ ଟିପ୍ପଣୀ ଦେବା ପାଇଁ ମୁଁ ଠିକ୍‌ ବ୍ୟକ୍ତି ନୁହେଁ। ମୋତେ ଲାଗୁଛି ଯେ ଷ୍ଟାର୍‌ ହେବା ପରେ ଯେତେବେଳେ ଆପଣଙ୍କୁ ସବୁ ଆଟେନସନ୍‌ ମିଳିଥାଏ ଏବଂ ଲୋକଙ୍କର ବହୁତ ଭଲପାଇବା ମିଳିଥାଏ, ତେବେ ଏଥିପାଇଁ ଆମକୁ ପ୍ରସ୍ତୁତ ରହିବା ଆବଶ୍ୟକ। ମୋତେ ଲାଗୁନାହିଁ କି ରାନୁ ଯେଉଁଠାରୁ ଆସିଛନ୍ତି, ସେ ଏସବୁ ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେ ଷ୍ଟାର୍‌ ହୋଇସାରିଛନ୍ତି। ଆମକୁ ଭଲ ଲାଗୁ କିମ୍ୱା ନଲାଗୁ, ପ୍ରତ୍ୟେକ ସେଲେବ୍ରିଟିଙ୍କୁ ଏପରି ସମୟ ଦେଇ ଯିବାକୁ ପଡ଼ିଥାଏ।’



from Odisha Reporter https://ift.tt/2TUf066

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages