ସୁରତ: ଗୁଜରାଟର ସୁରଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ବରର ବାପା ବିବାହର କିଛି ଦିନ ପୂର୍ବରୁ କନ୍ୟାର ମା’କୁ ନେଇ ଫେରାର ହୋଇଯାଇଛନ୍ତି। କଲେଜରେ ପାଠ ପଢ଼ୁଥିବା ବେଳେ ଦୁଇ ଜଣ ପରସ୍ପରକୁ ଜାଣିଥିବା କୁହାଯାଉଛି। ଉଭୟ ନିଜର ପୁଅ ଝିଅକୁ ପରସ୍ପର ସହିତ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପୁଅ ଝିଅଙ୍କ ମଧ୍ୟରେ ବିବାହ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତା’ପୂର୍ବରୁ କିନ୍ତୁ ବରର ବାପା ଏବଂ କନ୍ୟାର ମା’ ଫେରାର ହୋଇଯାଇଛନ୍ତି। ବରର ବାପାର ବୟସ ୪୮ ହୋଇଥିବା ବେଳେ କନ୍ୟାର ମା’ର ବୟସ ୪୬ ବୋଲି ଜଣାପଡ଼ିଛି।
ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ, ବରର ବାପା କଟାଗାମ ଅଞ୍ଚଳରୁ ଗାଏବ ହୋଇଥିବା ବେଳେ କନ୍ୟାର ମା’ ନବସାରୀରୁ ନିଖୋଜ ହୋଇଯାଇଛନ୍ତି। ଏଭଳି ଖବର ଜଣାପଡ଼ିବା ପରେ ଉଭୟ ବର ଏବଂ କନ୍ୟା ଘର ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଛି।
ସୂଚନା ମୁତାବିକ ବର ଏବଂ କନ୍ୟାଙ୍କ ବିବାହ ବାବଦରେ ଉଭୟ ପରିବାର ରାଜି ଥିଲେ। ବର୍ଷେ ପୂର୍ବରୁ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସରିଥିଲା। ତେବେ ବିବାହର ମାସେ ପୂର୍ବରୁ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।
ବରର ବାପା ଅରୁଣ (ଛଦ୍ମ ନାମ) ଟେକ୍ସଟାଇଲ ଏବଂ ଜମି ବାଡ଼ି କାରବାର କରୁଥିଲେ। ଏମିତିକି ଏକ ରାଜନୀତିକ ଦଳର ମଧ୍ୟ ସେ ସକ୍ରିୟ ସଦସ୍ୟ ଥିଲେ। ସେହିପରି ଝିଅର ମା’ ଲୈଲା (ଛଦ୍ମ ନାମ) ପରସ୍ପରକୁ ପାଠ ପଢ଼ିବା ବେଳେ ଜାଣିଥିଲେ। ସେ କଟାରଗ୍ରାମରେ ନିଜ ପରିବାର ସହ ରହୁଥିଲେ।
from Odisha Reporter https://ift.tt/2ueRUfL
No comments:
Post a Comment