ମୁମ୍ବାଇ: ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ନିଜ ଲଭ୍ଲାଇଫ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗତ କିଛିଦିନ ହେବ ସେ ଦିଲ୍ଲୀର ଶଲଭ ଦାଙ୍ଗଙ୍କୁ ଡେଟ୍ କରୁଥିବା ବେଳେ ଏବେ ତାଙ୍କୁ ବାହା ହେବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ, କାମ୍ୟା ଓ ଶଲଭ ୨୦୨୦ ଫେବ୍ରୁଆରୀ ୧୦ରେ ବାହା ହେବେ। ଏଥିପାଇଁ କାମ୍ୟା ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ବାହାଘର କାର୍ଡର ଏକ ବୁମରାଙ୍ଗ ଭିଡିଓ ଶେଆର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ କାର୍ଡଟି ଏକ ଆଳତି ଥାଳି ଉପରେ ରଖାଯାଇଛି।
ଜଣାଇଦେବାକୁ ଚାହୁଁ ଯେ ଏହା ହେଉଛି କାମ୍ୟାଙ୍କର ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୨୦୧୦ରେ ବଣ୍ଟି ନେଗି ମାନକ ଜଣେ ବିଜ୍ନେସ୍ମ୍ୟାନଙ୍କୁ ବିବାହ କରିଥିଲେ। ହେଲେ ୨୦୧୩ରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା। ତାଙ୍କର ଆରା ନାମରେ ଏକ ଝିଅ ଅଛି ଯିଏକି ତାଙ୍କ ପାଖରେ ହିଁ ରହନ୍ତି। ଅନ୍ୟପଟେ ଶଲଭଙ୍କର ମଧ୍ୟ ଏହା ଦ୍ୱତୀୟ ବିବାହ। ତାଙ୍କର ମଧ୍ୟ ୧୦ ବର୍ଷର ଏକ ପୁତ୍ର ସନ୍ତାନ ଅଛି।
ସୂଚନଯୋଗ୍ୟ, କାମ୍ୟା ଏବେ ସିରିଏଲ୍ ‘ଶକ୍ତି: ଅସ୍ତିତ୍ୱ ଏହଶାସ କୀ’ରେ ଅଭିନୟ କରୁଛନ୍ତି। ସେ ପାଖାପାଖି ୨୪ ଟି ସିରିଏଲ୍, ‘ବିଗ୍ ବସ୍’ ସମେତ ୪ ଟି ରିଆଲିଟି ଶୋ ଏବଂ ‘ଫିର୍ ଭି ଦିଲ୍ ହେ ହିନ୍ଦୁସ୍ତାନୀ’ ଓ ‘ୟାଦେଁ’ ଭଳି କିଛି ଫିଲ୍ମରେ ଅଭିନୟ କରିଛନ୍ତି।
from Odisha Reporter https://ift.tt/38BBTj5
No comments:
Post a Comment