ଅନୁପମ-ନସୀରୁଦ୍ଦୀନ କଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଅନୁପମ-ନସୀରୁଦ୍ଦୀନ କଳି

ମୁମ୍ବାଇ: ମୁହାଁମୁହିଁ ହୋଇଛନ୍ତି ବଲିଉଡ୍‌ର ଦୁଇ ପ୍ରସିଦ୍ଧ ଅଭିନେତା ନସୀରୁଦ୍ଦୀନ ଶାହ ଓ ଅନୁପମ ଖେର। ଏକ ସାକ୍ଷାତକାରରେ ଅନୁପମଙ୍କ ବିଷୟରେ ନସୀରୁଦ୍ଦୀନ ଦେଇଥିବା ମନ୍ତବ୍ୟ ପରେ ଏହି ସ୍ଥିତି ସୃଷ୍ଟି ହୋଇଛି।

ଉକ୍ତ ସାକ୍ଷାତକାରରେ ନସୀରୁଦ୍ଦୀନ କହିଥିଲେ ଯେ ଅନୁପମ ଖେର୍ ବହୁତ କହନ୍ତି। ତାଙ୍କ କଥାକୁ ଗୁରୁତ୍ୱ ଦିଆଯିବା କଥା ନୁହେଁ। ସେ ଜଣେ ରହସିଆ ଲୋକ। ଏନ୍‌ଏସ୍‌ଡି ଓ ଏଫ୍‌ଟିଆଇଆଇର ତାଙ୍କର ସମସାମୟିକ ପ୍ରାୟ ସମସ୍ତେ ଜାଣନ୍ତି ଯେ ସେ ତୋଷାମଦିଆ ଚରିତ୍ରର। ଏହା ତାଙ୍କ ରକ୍ତରେ ଅଛି। ସେ ବି କିଛି କରିପାରିବେ ନାହିଁ।” ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ଆଦି ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ ଏ କଥା କହିଥିଲେ।

ଅନୁପମ ଖେର୍‌ ତ ଆଦୌ ଛାଡ଼ିବା ଲୋକ ନୁହନ୍ତି। ସେ ନସୀରୁଦ୍ଦୀନଙ୍କୁ କଡ଼ା ଜବାବ ଦେଇଛନ୍ତି। ବୁଧବାର ଅପରାହ୍ନରେ ଟ୍ୱିଟ୍‌ରରେ ଏକ ଭିଡିଓ ପୋଷ୍ଟ୍ କରି ସେ କହିଥିଲେ, “ମୁଁ ଆପଣଙ୍କୁ ଓ ଆପଣଙ୍କ କଥାକୁ ଆଦୌ ଗୁରୁତ୍ୱର ସହିତ ନିଏ ନାହିଁ। ମୁଁ ଆପଣଙ୍କୁ କେବେ ବି ସମାଲୋଚନା କରି ନାହିଁ। କିନ୍ତୁ ଏବେ କହିବାକୁ ଚାହିଁବି। ଆପଣ ଏତେ ସଫଳତା ପାଇବା ପରେ ବି ନୈରାଶ୍ୟରେ ଦିନ କାଟିଛନ୍ତି।

ଯଦି ଆପଣ ଦିଲ୍ଲୀପ କୁମାର, ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ଶାହାରୁଖ ଖାନ୍ ଓ ବିରାଟ କୋହଲିଙ୍କୁ ସମାଲୋଚନା କରିପାରନ୍ତି, ତା’ହେଲେ ମୁ ନିଶ୍ଚିତ ଯେ ମୁଁ ଏକ ଭଲ ଲୋକଙ୍କ ମେଳରେ ରହିଛି।  ଆଉ ଏମାନଙ୍କ ମଧ୍ୟରୁ କେହି ବି ଆପଣଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦେଇ ନାହାନ୍ତି। କାରଣ ଆମେ ସମସ୍ତେ ଜାଣୁ ଯେ ଏହା ଆପଣ କହୁ ନାହାନ୍ତି। ବର୍ଷ ବର୍ଷ ଧରି ଆପଣ ଯେଉଁ ସବୁ ପଦାର୍ଥଗୁଡ଼ିକର ସେବନ କରୁଛନ୍ତି, ଏହା ତା’ରି ପ୍ରଭାବ। ସେଥିପାଇଁ ଆପଣ କେଉଁଟା ଭୁଲ୍ ଓ କେଉଁଟି ଠିକ୍, ତାହା ଜାଣିପାରୁ ନାହାନ୍ତି।”


ତୋଷାମଦିଆ ଅନୁପମଙ୍କ ରକ୍ତରେ ଅଛି ବୋଲି ନସୀରୁଦ୍ଦୀନ କହିଥିବା ବେଳେ ସେ ଏହାର ଜବାବ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ମୋ ରକ୍ତରେ କ’ଣ ଅଛି ଆପଣ ଜାଣନ୍ତି? ହିନ୍ଦୁସ୍ତାନ।”

ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ହେଉ ଅବା କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତି ଓ କାର୍ଯ୍ୟକୁ ବଲିଉଡ୍‌ର ଅନେକ କଳାକାରଙ୍କ ସହିତ ଲେଖକ ଓ ନିର୍ଦ୍ଦେଶକମାନେ ବିରୋଧ କରୁଥିବା ବେଳେ ଅନୁପମ ଖେର୍‌ଙ୍କ ଭଳି ଅନେକ କଳାକାର ସରକାରଙ୍କ ସମର୍ଥନରେ କହନ୍ତି। ତେଣୁ ଉକ୍ତ ସାକ୍ଷାତକାରରେ ନସୀରୁଦ୍ଦୀନ ତାଙ୍କୁ ଉଦାହରଣ ଭାବେ ନେଇଥିଲେ ଓ ଶାଣିତ ସମାଲୋଚନା କରିଥିଲେ।

ସେହିପରି ଦୀପିକା ପାଦୁକୋନ ଜେଏନ୍‌ୟୁ ଯିବା ଘଟଣାରେ ନସୀରୁଦ୍ଦୀନ କହିଥିଲେ ଯେ ସେ ବୁଝିପାରୁଛନ୍ତି କାହିଁକି ବଲିଉଡ୍‌ର ବହୁ ଷ୍ଟାର୍ ଚୁପ୍ ରହୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ସେମାନେ ଆଉ କେତେ ଦିନ ଚୁପ୍ ବସିବେ।

ସିଏଏକୁ ସମାଲୋଚନା କରି ସେ କହିଥିଲେ ଯେ ନାଗରିକତାର ପରିଚୟ ଦେବା ପାଇଁ ପାସ୍‌ପୋର୍ଟ, ଭୋଟର କାର୍ଡ, ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଯଥେଷ୍ଟ। ବହୁତ ଲୋକ ସେମାନଙ୍କ ଜନ୍ମ ପ୍ରମାଣପତ୍ର ଦେଇପାରିବେ ନାହିଁ। ସେ ଏଥିପାଇଁ ଭୟଭୀତ ନାହାନ୍ତି। କିନ୍ତୁ ଏଭଳି ଏକ ଆଇନ ଲୋକଙ୍କ ଉପରେ ଲଦି ଦିଆଯାଇଥିବାରୁ ସେ ରାଗି ଯାଇଛନ୍ତି। ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଏହାକୁ ନେଇ ଅଧିକ ଅସନ୍ତୁଷ୍ଟ ଅଛନ୍ତି। ଆଉ ଏ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଉପହାସ କରି ନସୀରୁଦ୍ଦୀନ କହିଥିଲେ ଯେ ଯାହାର ଛାତ୍ର ହେବାର ଅନୁଭୂତି ନାହିଁ କି କୌଣସି ବୌଦ୍ଧିକ କାର୍ଯ୍ୟକଳାପ ନାହିଁ ସେ ସେମାନଙ୍କୁ କେବଳ ବିରକ୍ତିକର ଲୋକ ଭାବେ ବିଚାର କରିବେ। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମାନିଛନ୍ତି ଯେ ସେ ଉଚ୍ଚଶିକ୍ଷା ଲାଭ କରି ନାହାନ୍ତି।



from Odisha Reporter https://ift.tt/2uthL3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages