‘ଲାଞ୍ଚ ନ ଦେବାରୁ ଗାଳିଗୁଲଜ ସହ କରୁଛନ୍ତି ଅଶ୍ଳୀଳ ଇଙ୍ଗିତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

‘ଲାଞ୍ଚ ନ ଦେବାରୁ ଗାଳିଗୁଲଜ ସହ କରୁଛନ୍ତି ଅଶ୍ଳୀଳ ଇଙ୍ଗିତ’

ଭଦ୍ରକ( ପାର୍ଥ ସାରଥୀ ନାୟକ): “କଲେଜରେ ନାଁ ଲେଖାଇବା ବେଳେ ଆମକୁ ଲାଞ୍ଚ ମାଗିଥିଲେ। ନ ଦେବାରୁ ଆରମ୍ଭ କରିଦେଲେ ନିର୍ଯାତନା।  ଆମକୁ ବାଟରେ ଅସଭ୍ୟ ଭାଷାରେ ଗାଳିଗୁଲଜ  ସହ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। କଲେଜ ଯିବାକୁ ଡର ଲାଗୁଛି। ବିନା ପରିମିଶନରେ ଆମ ଫଟୋ ଉଠାଉଛନ୍ତି। ଏଥିରେ ଆମେ ଖୁବ୍‌ ଭୟଭୀତ ହୋଇପଡ଼ିଛୁ। କଲେଜ ଅଧ୍ୟକ୍ଷ ସବୁ ଜାଣି ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି।” ତେଣୁ ବାଧ୍ୟ ହୋଇ ଏସପି ଓ ଅତରିକ୍ତି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିବା କହିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ବିଏନଏମଏ କଲେଜରେ ଯୁକ୍ତ ୩ ପ୍ରଥମ ଶ୍ରେଣୀ ଛାତ୍ରୀମାନେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ନାଁ ଲେଖାଇବା ବେଳେ ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀ ସେମାନଙ୍କୁ ସବୁବେଳେ ହଇରାଣ କରୁଛନ୍ତି।   ଏ ସଂକ୍ରାନ୍ତରେ ଫୋନ ରେକର୍ଡିଂ କରି  କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ  ଅଭିଯୁକ୍ତ ଅଧିକ  ପ୍ରତିକ୍ରିୟାଶୀଳ ହୋଇ ସେମାନଙ୍କୁ ଅସଦାଚରଣ କରିଥିଲେ ।  ଏପରିକି ଅଭିଯୋଗ କରିଥିବା ସଂପୃକ୍ତ ଛାତ୍ରୀମାନଙ୍କୁ କଲେଜର ବାହାର କରିଦେବାକୁ ଧମକ ଦେଇଥିଲେ । ସେମାନେଙ୍କୁ  ବାଟେ ଘାଟେ ଦେଖି ଖରାପ ଇଙ୍ଗିତ କରୁଥିଲେ।କିଛି ଦିନ ପୂର୍ବେ ହୋଇଥିବା ପ୍ରଥମ ସେମିଷ୍ଟାର ବେଳକୁ ଆଡମିଟ କାର୍ଡ ଦେବାକୁ  ବହୁ ହଇରାଣ କରିଥିଲେ ।

ଏ ନେଇ ଗତକାଲି ଛାତ୍ରୀମାନେ ଜିଲ୍ଲା ଏସପି ଓ ଅତରିକ୍ତି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।



from Odisha Reporter https://ift.tt/2TPDj52

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages