ସିଏଏ ପ୍ରସଙ୍ଗରେ ସେଲେବ୍ରିଟିଙ୍କ ସମର୍ଥ ପାଇଁ ପୀୟୂଷଙ୍କ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ସିଏଏ ପ୍ରସଙ୍ଗରେ ସେଲେବ୍ରିଟିଙ୍କ ସମର୍ଥ ପାଇଁ ପୀୟୂଷଙ୍କ ବୈଠକ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଦେଶର କିଛି ସ୍ଥାନରେ ବିରୋଧ କରାଯାଉଛି। ବଲିଉଡ୍‌ କିଛି ସେଲେବ୍ରିଟି ମଧ୍ୟ ଏଥିରେ ସାମିଲ୍‌ ହୋଇଛନ୍ତି। ତେବେ ୟା ଭିତରେ ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ପୀୟୂଷ  ଗୋୟଲ୍ ହିନ୍ଦୀ ଓ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲେବ୍ରିଟି, ନିର୍ମାତା, ଲେଖକ ଓ ଟେକ୍ନିସିଆନ୍‌ଙ୍କ ସହ ଇଣ୍ଡଷ୍ଟ୍ରିର ଅନ୍ୟ ଲୋକଙ୍କ ସହ ‘ନାଗରିକତା ସଂଶୋଧନ ଆଇନ୍‌(ସିଏଏ)’କୁ ନେଇ ଆଲୋଚନା କରିଥିଲେ।

‘ସିଏଏ’ ପ୍ରସଙ୍ଗରେ ଫିଲ୍ମ ଇଣ୍ଡଷ୍ଟ୍ରିର ସମର୍ଥନ ପାଇବା ପାଇଁ ପୀୟୂଷ ଏହି ବୈଠକ କରିଥିଲେ ବୋଲି କୁହାଯାଉଛି।  ଏହି ବୌଠକରେ ସେଣ୍ଟ୍ରାଲ୍‌ ବୋର୍ଡ଼ ଅଫ୍‌ ଫିଲ୍ମ ସର୍ଟିଫିକେସନ୍‌ (CBFC)ର ଅଧ୍ୟକ୍ଷ ପ୍ରସୂନ ଜୋଶୀ, ରିତେଶ ସିଧୱାନୀ, ମହାବୀର ଜୈନ୍, ଭୂଷଣ କୁମାର, ରାହୁଲ୍‌ ରବୈଲ୍‌, କୁନାଲ କୋହଲି, କୈଳାସ ଖୈର୍, ନୀରଜ୍‌ ଶ୍ରୀଧର୍, ଶାନ୍‌ ଓ ଅନୁ ମଲିକ୍ ପରି ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ବ୍ୟକ୍ତି ସବୁ ସାମିଲ୍‌ ଥିଲେ।

ସୂଚନା ଅନୁଯାୟୀ, ଏହି ବୌଠକ ଏକ ପ୍ରଶ୍ନୋତ୍ତର ସେସନ୍ ପରି ଥିଲା। ଏଥିରେ ସେଲେବ୍ରିଟିମାନେ ‘ସିଏଏ’କୁ ନେଇ ପ୍ରଶ୍ନ କରିଥିଲେ ଓ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଗୋଟି ଗୋଟି କରି ଉତ୍ତର ଦେଉଥିଲେ। ଅନ୍ୟପକ୍ଷରେ ହୋଟେଲ୍‌ ବାହାର କିଛି ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ଅବଶ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।



from Odisha Reporter https://ift.tt/2uhTE7V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages