ନୂଆ ଭିଡିଓ ଜାରି କରି ହିଂସା ପାଇଁ ବାମପନ୍ଥୀଙ୍କୁ ଦାୟୀ କଲା ଏବିଭିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ନୂଆ ଭିଡିଓ ଜାରି କରି ହିଂସା ପାଇଁ ବାମପନ୍ଥୀଙ୍କୁ ଦାୟୀ କଲା ଏବିଭିପି

ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡରେ ଏବିଭିପିର ହାତ ନଥିବା ସଫେଇ ଦେବାକୁ ସଂଗଠନ ବାରମ୍ବାର ଉଦ୍ୟମ କରିଚାଲିଛି। ନିଜକୁ ପୀଡ଼ିତ ସଜାଇବା ପାଇଁ ଆଜି ଏବିଭିପି ପକ୍ଷରୁ ପୁଣି ଏକ ଭିଡିଓ ଜାରି କରାଯାଇଛି। ଏଥିସହ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ କେଉଁଭଳି ଭାବେ ଗୁଣ୍ଡାଗର୍ଦ୍ଦି କରି ଆକ୍ରମଣ କରୁଛନ୍ତି, ସେକଥା ଏବିଭିପି ଭିଡିଓ ଜରିଆରେ ଜଣାଇବାକୁ ଚେଷ୍ଟା କରିଛି।

ସଂଗଠନ ଜାରି କରିଥିବା ଭିଡିଓରେ କିଛି ଯୁବକ ସଂଘବଦ୍ଧ ଭାବେ ଆଉ ଜଣେ ଯୁବକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉ ଥିବା ଦେଖିବାକୁ ମିଳୁଛି। ଏବିଭିପି କହିଛି, “ଏହି ଭିଡିଓ ଦର୍ଶାଉଛି ଯେ ବାମପନ୍ଥୀ ଗୁଣ୍ଡାମାନେ କିଭଳି ଭାବେ ଜେଏନୟୁରେ ଆତଙ୍କରାଜ ଚଳାଇଛନ୍ତି।

ଏଥିସହ ଗୁଣ୍ଡାମାନେ ଏବିଭିପି କର୍ମକର୍ତ୍ତାଙ୍କୁ କେଉଁ ଭଳି ଭାବେ ଆକ୍ରମଣ କରୁଛନ୍ତି, ତାହା ପ୍ରମାଣିତ ହୋଇଛି। ବାମପନ୍ଥୀଙ୍କ ଆକ୍ରମଣରେ ଏବିଭିପିର ଶିବମ ଆହତ ହୋଇଛନ୍ତି। ତାଙ୍କ ବେକ ଓ ମୁଣ୍ଡରେ ଆଘାତ ଲାଗିଛି। ତେଣୁ ଏବେ କ୍ୟାମ୍ପସକୁ ହିଂସା ମୁକ୍ତ କରିବା ପାଇଁ ବାମପନ୍ଥୀ ସଂଗଠନ ଉପରେ ବ୍ୟାନ ଲଗାଇବା ଦରକାର। ଏହି ସଂଗଠନ ବ୍ୟାନ ହେଲେ, ଛାତ୍ରଛାତ୍ରୀମାନେ ଶିକ୍ଷା ଉପରେ ଫୋକସ କରିପାରିବେ।”

ଅନ୍ୟପକ୍ଷରେ ଗତକାଲି ଏବିଭିପି ଆଉ ଏକ ଭିଡିଓ ଜାରି କରିଥିଲା। ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶି ଘୋଷ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ସହ କ୍ୟାମ୍ପସରେ ପ୍ରବେଶ କରୁଥିବା ଦୃଶ୍ୟ ରହିଥିଲା। ତେବେ ଜେଏନୟୁ ଛାତ୍ର ସଂସଦ ପକ୍ଷରୁ ଏହାର ସଫେଇ ଦିଆଯାଇଛି। ଛାତ୍ର ସଂସଦ ପକ୍ଷରୁ କୁହାଯାଇଛି ଯେ ହଷ୍ଟେଲରେ ପ୍ରବେଶ କରିଥିବା ଏବିଭିପି ଗୁଣ୍ଡାମାନଙ୍କୁ ଆଈଶି ବାହାର କରୁଥିଲେ। ଏହି ଗୁଣ୍ଡାମାନେ ପରବର୍ତ୍ତୀ ସମୟରେ ତାଙ୍କୁ ଆକ୍ରମଣ କରିଥିଲେ।



from Odisha Reporter https://ift.tt/2QWnqqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages