‘ସଞ୍ଜିବନୀ ୨’ ଛାଡ଼ିଲେ ଏହି ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

‘ସଞ୍ଜିବନୀ ୨’ ଛାଡ଼ିଲେ ଏହି ଅଭିନେତା

ମୁମ୍ବାଇ: ସିରିଏଲ୍‌ ‘ସଞ୍ଜିବନୀ ୨’ରୁ କିଛିଦିନ ପୂର୍ବେ ଆରତି ବହଲ୍ ବିଦାୟ ନେଇଥିଲେ। ପରେ ଶୋ’ର ସବୁଠୁ ଲୋକପ୍ରିୟ ଚେହେରା ବି ବିଦାୟ ନେଇଛନ୍ତି। ଡକ୍ଟର ଶଶାଙ୍କ ଗୁପ୍ତାଙ୍କ ଭୂମିକାରେ ଅଭିନୟ କରୁଥିବା ମହନୀଶ ବହଲ୍ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସେ ଏକ ସାକ୍ଷାତକାରରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶୋ’ ଛାଡ଼ିବା ପଛର କାରଣ ପଚରାଯିବାରୁ ମହନୀଶ କହିଛନ୍ତି, ‘ପୂର୍ବ ସିଜିନ୍‌ ଭଳି ଏଥର ସିଜିନ୍‌ରେ ମୁଁ ନିଜ କ୍ୟାରେକ୍ଟରକୁ ଅର୍ଥାତ ଡକ୍ଟର ଶଶାଙ୍କ ଗୁପ୍ତାଙ୍କ ଭୂମିକା ଭଲ ଭାବେ କରିପାରୁ ନାହିଁ। ମୁଁ ଦର୍ଶକଙ୍କୁ ନିରାଶ କରିବାକୁ ଚାହୁଁ ନଥିଲି, ତେଣୁ ଶୋ’ରୁ ବାହାରିଯିବା ହିଁ ସବୁଠୁ ଭଲ ଥିଲା।’ ମହନୀଶ ଆହୁରି କହିଛନ୍ତି ଯେ ଯେତେବେଳେ ଶୋ’ ଆରମ୍ଭ ହେଲା ସେତେବେଳେ ତାଙ୍କ ଟ୍ରାକ୍‌ ଠିକ୍‌ ଚାଲିଥିଲା। ହେଲେ ପରେ ଶୋ’ରେ ସବୁ ବଦଳିଗଲା। ସେ ନିର୍ମାତାଙ୍କ ସହ ଏ ନେଇ କଥା ମଧ୍ୟ ହୋଇଥିଲେ। ହେଲେ କିଛି ଲାଭ ହେଲା ନାହିଁ। ତେଣୁ ସେ ଏଥିରୁ ଓହରିଯିବାକୁ ଠିକ୍‌ ଭାବିଲେ।

ମହନିଶ୍‌ ଶୋ’ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। ଏମିତିକି  ସେ ଏହି ଶୋ’ରେ ସବୁଠୁ ଲୋକପ୍ରିୟ ଚେହେରା ମଧ୍ୟ ଥିଲେ। କେବଳ ଏହି ସିଜିନ୍‌ ନୁହେଁ ସେ ଏହାର ପୂର୍ବ ସିଜିନ୍‌ ‘ସଞ୍ଜିବନୀ’(୨୦୦୨-୨୦୦୫)ରେ ମଧ୍ୟ ଥିଲେ। ଏହା ବ୍ୟତୀତ ସେ ଏହାର ସ୍ପିନ ଅଫ୍‌ ଶୋ’ ‘ଦିଲ୍‌ ମିଲ୍‌ ଗୟେ’ରେ ମଧ୍ୟ ଅଭିନୟ କରିଥିଲେ।  ଏବେ ଦେଖିବା ବାକି ରହିଲା ଯେ ତାଙ୍କ ସ୍ଥାନରେ ଶୋ’ରେ କିଏ ଏଣ୍ଟ୍ରି ନେଉଛନ୍ତି। ମହନୀଶଙ୍କ ବ୍ୟତୀତ ଶୋ’ରେ ନମିତ ଖନ୍ନା, ସୁରଭି ଚନ୍ଦନା ଓ ଗୁରୁଦୀପ୍‌ କୋହଲି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

 

 



from Odisha Reporter https://ift.tt/2QSYaTm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages