ଆସିଲା ‘ମାଫିଆ କୁଇନ୍‌’ ଆଲିଆଙ୍କ ଫାଷ୍ଟ୍‌ ଲୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଆସିଲା ‘ମାଫିଆ କୁଇନ୍‌’ ଆଲିଆଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ମୋଷ୍ଟ୍ ଆୱେଟେଡ୍‌ ଫିଲ୍ମ ‘ଗଙ୍ଗୁବାଈ କାଠିୟାବାଡ଼ି’ର ଫାଷ୍ଟ୍ ଲୁକ୍‌ ସାମ୍ନାକୁ ଆସିଛି। ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫଟୋରେ ସେ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି।

ଆଲିଆଙ୍କ ଏହି ଫଟୋରେ ମାଫିଆ କୁଇନ୍‌ ଲେଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ସେ ମାଫିଆ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକଙ୍କୁ ତାଙ୍କ ଲୁକ୍‌ ବେଶ୍ ପସନ୍ଦ ଆସୁଛି। ଗୋଟିଏ ଫଟୋରେ ସେ ଲାଲ୍‌ ବିନ୍ଦି ଓ ନୋଜ୍‌ ପିନ୍‌ ଲଗାଇ ପୂରା ଇନ୍‌ଟେନ୍ସ ଲୁକ୍‌ ଦେଇଥିବାବେଳେ ଅନ୍ୟଟିରେ ସେ ସ୍କଟ୍‌ ବ୍ଲାଉଜ୍‌ ଓ ଦୁଇଟି ବେଣି କରି ଟିନ୍‌ଏଜ୍‌ ଲୁକ୍‌ରେ ନଜର ଆସିଛନ୍ତି। ଏହି ପୋଷ୍ଟର ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନାଯୋଗ୍ୟ, ‘ଗଙ୍ଗୁବାଈ’ ଲେଖକ ହୁସେନ୍‌ ଜୈଦିଙ୍କ ବହି ‘ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ। ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀକୁ ଦେଖାଯିବ। ଆଲିଆ ଟ୍ୱିଟର୍‌ରେ ଫିଲ୍ମର ରିଲିଜ୍‌ ଡେଟ୍ ଘୋଷଣା କରି ଲେଖିଛନ୍ତି, ‘ଏକ ନାଁ ଯାହା ଆପଣ ଶୁଣିଥିବେ, ହେଲେ ଆପଣ ତା’ର କାହାଣୀ ଶୁଣି ନଥିବେ। ଏହା ବହୁତ ଖାସ୍‌ ହେବ।’ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ ୨୦୨୦ ସେପ୍ଟେମ୍ବର ୧୧ରେ ରିଲିଜ୍‌ ହେବ।

ଫିଲ୍ମର ଷ୍ଟାର କାଷ୍ଟ ନେଇ ଏ ଯାଏ କୋଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଚର୍ଚ୍ଚା ହେଉଛି ଯେ ଫିଲ୍ମରେ ଅଜୟ ଦେବ୍‌ଗନ୍‌ ସ୍ପେଶାଲ୍‌ ଆପିୟରାନ୍ସ ଦେବେ। କୁହାଯାଉଛି, ଅଜୟଙ୍କ ରୋଲ୍‌ ବେଶ୍ ରୋଚକ ହେବ। ତେବେ ଖୁବ୍‌ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ।

 

 

 

 

 



from Odisha Reporter https://ift.tt/30mgwiA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages