ଆଶିଷ ହସ୍ପିଟାଲ୍‌ରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ଆଶିଷ ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ୱାଇ: ଟେଲି ଅଭିନେତା ଆଶିଷ ରାୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୫୪ ବର୍ଷୀୟ ଆଶିଷ ସିରିଏଲ୍‌ ‘ଶଶୁରାଲ୍‌ ସିମର୍‌ କା‘ ଓ ‘କୁଛ୍‌ ରଙ୍ଗ୍‌ ପ୍ୟାର୍‌ କେ ଐସେ ଭି’ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ‘ଶଶୁରାଲ୍‌ ସିମର୍‌ କା’ରେ ସୂର୍ଯ୍ୟେନ୍ଦ୍ର ଭରଦ୍ୱାଜ ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।

‘ସ୍ପଟ୍‌ ବୟ’ର ଏକ ରିପୋର୍ଟ ଅନୁସାରେ ତାଙ୍କର ଦୁଇଟି ଯାକ କିଡ୍‌ନୀ ଠିକ୍‌ ଭାବରେ କାମ କରୁନାହିଁ। ତା’ସହିତ ତାଙ୍କ ଶରୀରରେ ପାଖାପାଖି ୯ ଲିଟର ପାଣି ଜମା ହୋଇ ରହିଯାଇଥିଲା। ଡାକ୍ତର ମେଡିସିନ୍‌ ଦେଇଛନ୍ତି। ତା’ସହିତ ୪ ଲିଟର ପାଣି କଢ଼ା ଯାଇଛି। ଏବେ ବି ୫ ଲିଟର ପାଣି ଶରୀରରେ ରହିଛି। ସ୍ୱାସ୍ଥ୍ୟର ଧ୍ୟାନ ରଖୁ ନଥିବାରୁ ଏମିତି ସମସ୍ୟା ହୋଇଥିବା ଆଶିଷ କହିଛନ୍ତି।

ସୂଚନାଯୋଗ୍ୟ, ଅବିବାହିତ ଆଶୀଷ୍‌ଙ୍କର ଆର୍ଥିକ ସମସ୍ୟା ରହିଛି। ୨୦୧୯ରେ ତାଙ୍କୁ ପାରାଲିସିସ୍‌ ହୋଇଥିଲା। ତେବେ ସୁସ୍ଥ ହେବା ପରେ ତାଙ୍କୁ କାମ ମିଳି ନଥିଲା। ବର୍ତ୍ତମାନ ସେ ନିଜ ଜମାରାଶିରେ ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ତାଙ୍କ ଜମାପୁଞ୍ଜି ବି ବହୁତ କମ୍। ତେଣୁ ସେ କୋଲକାତାରେ ରହୁଥିବା ତାଙ୍କ ଭଉଣୀଙ୍କ ନିକଟକୁ ପଳାଇବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2ufx8wz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages