‘ପର୍ଣ୍ଣ ଭିଡିଓ ପାଇଁ ଦେଶରେ ଅପରାଧ ବଢ଼ୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

‘ପର୍ଣ୍ଣ ଭିଡିଓ ପାଇଁ ଦେଶରେ ଅପରାଧ ବଢ଼ୁଛି’

ନୂଆଦିଲ୍ଲୀ: ଦେଶର ଛୁଆଠୁ ବୟସ୍କ ଇଣ୍ଟରନେଟର ପର୍ଣ୍ଣ ଭିଡିଓର ଶିକାର ହୋଇଛନ୍ତି। ଦେଶର ୩ କୋଟି ଛୋଟ ଛୁଆ ଏବଂ ୭ କୋଟି ବୟସ୍କ ବ୍ୟକ୍ତି ପର୍ଣ୍ଣ ଭିଡିଓର ଶିକାର ହୋଇଛନ୍ତି। ତେଣୁ ଦେଶରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଇଣ୍ଟରନେଟରୁ ଏଭଳି ଅଶ୍ଳୀଳ ଭିଡିଓ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ତିନି ବର୍ଷ ତଳେ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା କାର୍ୟ୍ କାରୀ ହୋଇନାହିଁ। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ହାଇଦ୍ରାବାଦ ଦୁଷ୍କର୍ମ ଘଟଣାର ଉଦାହରଣ ଦେଇ ସୁପ୍ରିମକୋର୍ଟରେ ଏଭଳି ମତ ରଖିଛନ୍ତି ଆଇନଜୀବୀ କମଳେଶ ବାସବାନୀ। ଏବେ ଇଣ୍ଟରନେଟରେ ଓ୍ୱେବ ସିରିଜ ଜରିଆରେ ମଧ୍ୟ ଅଶ୍ଳୀଳ ଭିଡିଓ ବା ପର୍ଣ୍ଣ ଭିଡିଓ ଛଡ଼ାଯାଉଛି। ମଦ ଏବଂ ଡ୍ରଗ୍ସ ନିଶାରେ ପଡ଼ିବା ଯାହା ପର୍ଣ୍ଣ ଭିଡିଓ ଦେଖିବା ସମାନ କଥା ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଦେଶ ଏବେ ଡିଜିଟାଲ ମୁହାଁ। ଏବେ ସବୁକିଛି ଅନଲାଇନରେ ଲାଇଭ ଷ୍ଟ୍ରିମିଂ ହେଉଛି। ଲାଇଭ ଦେଖିବାକୁ ଏବେ ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ଫାଇଦା ନେଇ ଓ୍ୱେବ ସିରିଜ ଜରିଆରେ ପର୍ଣ୍ଣ ଭିଡିଓ ଛଡ଼ାଯାଉଛି। ଏହାଦ୍ୱାରା କୋଟି କୋଟି ଟଙ୍କାର ରୋଜଗାର କରୁଛନ୍ତି ପର୍ଣ୍ଣ ଭିଡିଓର ନିର୍ମାତା ସଂସ୍ଥା। ଏଭଳି ଭିଡିଓ ଦେହ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହନ ଦେଉଛି। ଏଭଳି ସ୍ଥିତିରେ ପର୍ଣ୍ଣଗ୍ରାଫି ଏବଂ ଛୋଟ ଛୁଆଙ୍କୁ ଏହି ଅଶ୍ଳୀଳ ଭିଡିଓରୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟର ଆଉ ଥରେ ପୁନଃ ସମୀକ୍ଷା କରିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଟରନେଟରେ ଅଶ୍ଳୀଳ ଭିଡିଓ ଉପରେ ରୋକ୍ ଲଗାଇବା ପାଇଁ ୨୦୧୬ରେ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। କମଲେଶ ବାସବାନୀ ଏହି ମାମଲାରେ ୨୦୧୩ରେ ଆବେଦନ କରି ଦର୍ଶାଇଥିଲେ ଇଣ୍ଚରନେଟ ଆଇନ ବ୍ୟବସ୍ଥା ଢ଼ିଲା ରହିଥିବାରୁ ପର୍ଣ୍ଣ ଭିଡିଓ ଅଧିକ ବ୍ୟାପୁଛି। ଏବେ ଇଣ୍ଟରନେଟରେ ୨୦ ଲକ୍ଷରୁ ଅଧିକ ପର୍ଣ୍ଣ ଭିଡିଓ ଉପଲବ୍ଧ ରହିଛି। ଛୋଟ ଛୁଆମାନେ ଇଣ୍ଟରନେଟ ଚଳାଇବା ଶିଖିବା ମାତ୍ରେ ଏହି ଭିଡିଓ ପାଇବାରେ ତାଙ୍କୁ କୌଣସି ଅସୁବିଧା ହେଉନାହିଁ। ଫଳରେ ସେମାନଙ୍କ ମାନସିକ ଅବସ୍ଥା ମଧ୍ୟ ଅପରାଧ ଓ ଏଭଳି କାମ କରିବାକୁ ଅଗ୍ରାଧୀକାର ଦେଉଛି।



from Odisha Reporter https://ift.tt/2SNPGyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages