ମୁମ୍ୱାଇ: ଅନ୍ୟତମ ଲୋକପ୍ରିୟ ଟେଲିଭିଜନ୍ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ୧୧’ର ଆଗାମୀ ୱିକେଣ୍ଡ କି ବାର୍ ଏପିସୋଡ୍ରେ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିବ। ଏହି ଏପିସୋଡ୍ରେ ବଲିଉଡ୍ ଗାୟକ ଉଦିତ୍ ନାରାୟଣ ଓ ଗାୟିକା ଅଲକା ୟାଗ୍ନିକ୍ ଅତିଥି ହୋଇ ଆସିବେ। ଆଉ ୟା ଭିତରେ ଏହାର ପ୍ରୋମୋ ଆସିଯାଇଛି। ଏଥିରେ ଉଦିତ୍ ଯାହା କହିଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ ତାଙ୍କ ପୁଅ ତଥା ଏହି ଶୋ’ର ହୋଷ୍ଟ୍ ଆଦିତ୍ୟଙ୍କ ସହିତ ଗାୟିକା ନେହା କକ୍କରଙ୍କ ବାହାଘର ହେବ।
ପ୍ରୋମୋରେ ଦେଖିବାକୁ ମିଳିଛି ଯେ ଉଦିତ୍ ତାଙ୍କ ପତ୍ନୀଙ୍କ ସହିତ ଶୋ’କୁ ଆସିଛନ୍ତି ଓ ଆଦିତ୍ୟଙ୍କ ନାଁ ନେଇ ଶୋ’ର ଅନ୍ୟତମ ଜଜ୍ ନେହାକୁ ଚିଡ଼ାଇଛନ୍ତି। ସେ କହିଛନ୍ତି, “ଇଣ୍ଡିଆନ୍ ଆଇଡଲ୍ ଏକ ଭଲ ଶୋ’। ମୁଁ ‘ଇଣ୍ଡିଆନ୍ ଆଇଡଲ୍ ୧୧’କୁ ପ୍ରଥମରୁ ଦେଖି ଆସୁଛି। ତେବେ ଅନ୍ୟ ଏକ କାରଣ ପାଇଁ ମୁଁ ଇଣ୍ଡିଆନ୍ ଆଇଡଲ୍ର ମଞ୍ଚକୁ ଆସିବା ପାଇଁ ବାଧ୍ୟ ହେଲି। ତାହା ହେଲା, ନେହା କକ୍କରଙ୍କୁ ମୁଁ ମୋ ଘରର ବୋହୂ କରି ନେବା ପାଇଁ ଚାହୁଁଛି।”
ଉଦିତ୍ଙ୍କ କଥା ଶୁଣିବା ପରେ ଆଦିତ୍ୟ ତାଙ୍କ ମା’ଙ୍କ ସହିତ ଆସି ମଞ୍ଚରେ ପହଞ୍ଚିଛନ୍ତି। ଏପରିକି ଆଦିତ୍ୟଙ୍କ ପରିବାର ସହିତ ନେହାଙ୍କ ଫଟୋ ମଧ୍ୟ ଉଠାଇଛନ୍ତି, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହା ସହିତ ଆଉ ଏକ କଥା ମଧ୍ୟ ଦେଖିବାକୁ ମିଳିଛି। ନେହାଙ୍କ ବାପାମା’ ମଧ୍ୟ ସେଟ୍ରେ ଉପସ୍ଥିତ ରହିଛନ୍ତି।
ଏ ନେଇ ନେହା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯଦି ସେ ବିବାହ ପାଇଁ ଶୀଘ୍ର ରାଜି ହୋଇଯିବେ, ତା’ହେଲେ କିଛି ମଜା ଆସିବନି। ତା’ହେଲେ ଦେଖାଯାଉ, ସତରେ ସେମିତି କିଛି ଦେଖିବାକୁ ମିଳିବ ନା କେବଳ ଶୋ’ର ଟିଆର୍ପି ବଢ଼ାଇବାକୁ ଏମିତି ଏକ ଫର୍ମୁଲା ଆପଣାଇଛନ୍ତି ନିର୍ମାତା।
from Odisha Reporter https://ift.tt/2QEB6Yb
No comments:
Post a Comment