ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀ ପାଇବେ ୪ ଦୋଷୀ। ୨୨ ଜାନୁଆରୀ ସକାଳ ୭ରେ ହେବାକୁ ଥିବା ଏହି ଫାଶୀ ପ୍ରକ୍ରିୟା ପାଇଁ ନାହାନ୍ତି ଆବଶ୍ୟକ ଧାତକ। ତେଣୁ ଉତ୍ତର ପ୍ରଦେଶରୁ ୨ ଘାତକ ମଗାଇଛନ୍ତି ତିହାର ଜଲେ ଅଧିକାରୀ। ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ପାଇଁ ୨ ଘାତକ ଜରୁରୀକାଳୀନ ଭାବରେ ଆବଶ୍ୟକ ରହିଛି ବୋଲି ଚିଠି ଜରିଆରେ ତିହାର ଜେଲ ଅଧିକାରୀ ଉତ୍ତର ପ୍ରଦେଶର ନିଜ ସମସ୍କନ୍ଧ ଅଫିସରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଏହି ୨ ଘାତକ ଖୁବଶୀଘ୍ର ଦିଲ୍ଲୀ ପହଞ୍ଚିବେ ବୋଲି ଜଣାପଡ଼ିଛି। ତେବେ ଏହି ୨ ଘାତକ କିଏ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା। ଜଣେ ମରେଠ ଜେଲର ଘାତକ ପବନ ବୋଲି ଆକଳନ କରାଯାଉଥିବା ବେଳେ ଅନ୍ୟ ଜଣେ ଘାତକ ପାଇଁ ଖୋଜା ଚାଲିଛି ବୋଲି ବୋଲି ସୂଚନା ରହିଛି।
from Odisha Reporter https://ift.tt/2NdEWWi
No comments:
Post a Comment