ଭଦ୍ରକ(ଓଡ଼ିଶା ରିପୋର୍ଟର) ମଦ ବେପାରୀଙ୍କୁ ଗିରଫ ସହ ସେମାନଙ୍କ ଘରର ଛାନଭିନ୍ କରିବା ଦାବିରେ ତାତିଲେ ଗ୍ରାମବାସୀ। ପୁଲିସକୁ ୪ ଘଣ୍ଟା ଧରି ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଥାନା ବାଉଁଶବାଗରେ। ଗାଁରେ ବେଆଇନ ମଦ ବିକ୍ରି ହେଇଥିବା ନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।
ପୁଲିସର ଏକ ଟିମ ଗାଁରେ ପହଞ୍ଚିବା ବେଳକୁ ମଦ ବେପାରୀମାନେ ଫେରାର ହୋଇଯାଇଥିଲେ। ତେବେ ଖୋଳତାଡ଼ କରାଯିବ ବୋଲି କହି ପୁଲିସ ସେଠାରୁ ଫେରୁଥିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଦ ବେପାରୀଙ୍କ ଘର ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଧରିବା ଜିଦରେ ୫ ଜଣ ପୁଲିସକୁ ଘେରିଥିଲେ ଗ୍ରାମବାସୀ। ଖବରପାଇ ରାତି ପ୍ରାୟ ସାଢ଼େ ୯ଟାରେ ତିହିଡ଼ି ତହସିଲଦାର ତଥା ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳ ପହଞ୍ଚି ସମସ୍ତ କଥା ବୁଝିବା ପରେ ସଂପୃକ୍ତ ମଦ ବେପାରୀ ଘର ଯାଞ୍ଚ ହୋଇଥିଲା।
ଦୁଇଟି ଘରୁ ପ୍ରାୟ ୧୦୭ ବୋତଲ ଦେଶୀ ଓ ବିଦେଶୀ ମଦ ସହ ମଦ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଶାନ୍ତ ପଡ଼ିଥିଲେ।
from Odisha Reporter https://ift.tt/31gycMU
No comments:
Post a Comment