ଓ୍ୱାଶିଂଟନ: ଇରାନ ସହ ବିବାଦ ବଢ଼ିବା ପରେ ଆମେରିକା ଏବେ ଇରାନକୁ ଘେରିବା ପାଇଁ ପ୍ରୟାସ କରିଛି। ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି। ଇରାନ ପକ୍ଷରୁ ସମ୍ଭାବିତ ଆକ୍ରମଣ ଆଶଙ୍କା ବାବଦରେ ଇସ୍ରାଏଲ ମୁଖ୍ୟଙ୍କ ସହ ଆମେରିକା ଆଲୋଚନା କରିଛି। ଏ ନେଇ ପୋମ୍ପିୟୋ ଟୁଇଟ୍ କରି ସୂଚନା ଦେଇଛନ୍ତି। ଆତଙ୍କବାଦୀ ଦମନରେ ଇସ୍ରାଏଲ ସବୁବେଳେ ଆମେରିକାକୁ ସମର୍ଥନ କରିଆସୁଛି। ଇସ୍ରାଏଲକୁ ଏଥିପାଇଁ ସେ ସେ ଧନ୍ୟବାଦ ଦେଇଛନ୍ତି। ଏଥିସହ ଆମେରିକା-ଇସ୍ରାଏଲ ସମ୍ପର୍କ ଅତୁଟ ରହଛି ବୋଲି ପୋମ୍ପିୟୋ କହିଛନ୍ତି।
.@IsraeliPM @Netanyahu and I just spoke and underscored the importance of countering Iran’s malign influence and threats to the region. I am always grateful for Israel’s steadfast support in defeating terrorism. The bond between Israel and the United States is unbreakable.
— Secretary Pompeo (@SecPompeo) January 4, 2020
ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ତେଜିଛି। ଆମେରିକାର ଏହି ଆକ୍ରମଣକୁ ପ୍ରଥମେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ସମର୍ଥନ କରିଥିଲେ। ସେ ଟୁଇଟ୍ କରି କହିଥିଲେ ନିଜ ଆତ୍ମରକ୍ଷା ପାଇଁ ଆମେରିକା ଯେଉଁ ପଦକ୍ଷେପ ନେଇଛି ଠିକ୍। ଆତ୍ମରକ୍ଷା କରିବା ଜଣଙ୍କର ଅଧିକାର ବୋଲି ସେ କହିଥିଲେ।
‘ଇସ୍ରାଏଲ ପାଖରେ ମଧ୍ୟ ନିଜ ଆତ୍ମରକ୍ଷା ଅଧିକାର ରହିଛି। ସେହିଭଳି ଆମେରିକା ପାଖରେ ମଧ୍ୟ ସମାନ ଅଧିକାର ରହିଛି। କାସିମ ସୁଲେମାନୀ ଆମେରିକାର ନାଗରିକ ଏବଂ ଅନେକ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲା। ଏମିତିକି ଅନେକ ଆକ୍ରମଣ ପାଇଁ ସୁଲେମାନୀ ଚେଷ୍ଟା କରୁଥିଲା’ ବୋଲି ବେଞ୍ଜାମିନ୍ ଟୁଇଟ୍ କରି କହିଥିଲେ।
from Odisha Reporter https://ift.tt/2MWXhXD
No comments:
Post a Comment