ନାନକାନା ଘଟଣାରେ ପାକିସ୍ତାନର ଡାହା ମିଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ନାନକାନା ଘଟଣାରେ ପାକିସ୍ତାନର ଡାହା ମିଛ

ନୂଆଦିଲ୍ଲୀ: ପାକିସ୍ତାନର ନାନକାନା ସାହିବ ଗୁରୁଦ୍ୱାରରେ ଘଟିଥିବା ଘଟଣାକୁ ନେଇ ପାକିସ୍ତାନ ପ୍ରତିକ୍ରିୟା ରଖିଛି। ଏହି ଗଣ୍ଡଗୋଳ କୌଣସି ମୁସଲିମ୍ ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ମୁସଲିମ୍ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା। ପାକିସ୍ତାନ ଏଭଳି ଜବାବ ରଖିଛି। ଯାହାକି ମିଛ ଓ ହାସ୍ୟାସ୍ପଦ। ହେଲେ ଶୁକ୍ରବାର ଦିନ ଘଟିଥିବା ଏହି ଘଟଣାର ଭିଡିଓ ଆଉ କିଛି କହୁଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ। ହେଲେ ଏହା ଡ଼ାହା ମିଛ ବୋଲି ସରକାରୀ ଅଧିକାରୀ କହିଛନ୍ତି। ଭାରତ କିନ୍ତୁ ନାନକାନା ସାହିବ ଘଟଣାକୁ କଡ଼ା ନିନ୍ଦା କରିଛି।

ସୂଚନାଯୋଗ୍ୟ, ଗୁରୁ ନାନକଙ୍କ ଜନ୍ମସ୍ଥଳୀ ତଥା ଶିଖ ଧର୍ମାଲମ୍ୱୀଙ୍କ ପବିତ୍ର ପୀଠ ନାନକାନା ଗୁରୁଦ୍ୱାରା ହଠାତ୍ ଶିଖ ଲୋକଙ୍କ ଉପରେ ପଥର ମାଡ଼ ହୋଇଥିଲା। ଏଭଳି ଘଟଣା ପଛରେ ଅଗଷ୍ଟରେ ଜଣେ ଶିଖ ଯୁବତୀ ଜଗଜିତ କୌରଙ୍କୁ ଅପହରଣ ପରେ ଧର୍ମ ପରିବର୍ତ୍ତନ ପରେ ବିବାହ ମାମଲା ବୋଲି ଜଣାପଡ଼ିଛି। ଶିଖ ସମୁଦାୟ ଏ ନେଇ ଥାନାରେ ଏତଲା ଦେଇଛି। ଜଗଜିତ ଗୁରୁଦ୍ୱାରର ଗ୍ରୋନ୍ଥୀଙ୍କ ଝିଅ। ହଠାତ୍ ଶିଖ ସମୁଦାୟଙ୍କୁ ଆକ୍ରମଣ ପଛରେ ଗ୍ରୋନ୍ଥୀଙ୍କ ଝିଅକୁ ଅପହରଣ କରି ବିବାହ କରିଥିବା ବ୍ୟକ୍ତିର ଭାଇ। ଆକ୍ରମଣର ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ ନାନକାନା ସାହିବକ ଶିଖ ସମୁଦାୟଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଥିବା ଦେଖିବାକୁ ମିଳିଛି। ଏମିତିକି ମହମ୍ମଦ ହସନକୁ ନ୍ୟାୟ ମିଳିବା ଦରକାର ବୋଲି ସେହି ବ୍ୟକ୍ତି ଜଣଙ୍କୁ କହୁଥିବା ଦେଖିବାକୁ ମିଳିଛି। ଯିଏକି ଜଗଜିତଙ୍କୁ ଅପହରଣ କରି ବିବାହ କରିଛି। ଜଗଜିତ ଅପହରଣ କରି ନାହିଁ ବରଂ ନିଜ ଇଚ୍ଛାରେ ବିବାହ ହୋଇଛି। ଏ ବାବଦରେ କୋର୍ଟରେ ମଧ୍ୟ କୁହାଯିବ ବୋଲି ସେହି ବ୍ୟକ୍ତି ଜଣଙ୍କ କହୁଥବା କହିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେଦିନ ସ୍ଥିତି ଏମିତି ଉପୁଜିଥିଲା ଯେ, ସ୍ଥାନୀୟ ଶିଖ ସମୁଦାୟ ଓ ଶିଖ ପର୍ଯ୍ୟଟକଙ୍କୁ ସେଦିନ ଗୁରୁଦ୍ୱାରରେ ଶରଣ ପଶିବାକୁ ପଡ଼ିଥିଲା।

ପାକିସ୍ତାନର ଗୃହ ମନ୍ତ୍ରୀ କିନ୍ତୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଘଟଣାକୁ ଖାରଜ କରିଛନ୍ତି। ସେ କହିଛନ୍ତି, ସକଲେନ ଏବଂ ମମତାଜ ଅଲ୍ଲୀ ନାମକ ଦୁଇ ଜଣ ଲୋକ ଗୁରୁଦ୍ୱାର ପାଖକୁ ଚା’ ପିଇବାକୁ ଯାଇଥିଲେ। ଚା’ରେ ମାଛି ପଡ଼ିଥିବା ନେଇ ସକଲେମ ଏବଂ ମମତାଜ ଦୋକାନୀଙ୍କୁ କହିଥିଲେ। ଏହାପରେ ଚା ଦୋକାନୀ (ହସନର କାକା) ଏବଂ ଇଫତିଖର ଏବଂ ଅଦନାନ (ହସନର ଭାଇ) ସେମାନଙ୍କ ଉପରେ ଆକ୍ରମଣ କିରଥିଲେ। ଏହାପରେ ବିବାଦ ବଢ଼ିଥିଲା।

ଗୁରୁଦ୍ୱାର ସମ୍ପୂର୍ଣ୍ଣ ସୁରକ୍ଷିତ। ଗୁରୁଦ୍ୱାରର କୌଣସି କ୍ଷତି ହୋଇନି। ଯାହାବି ଅଭିଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପାକିସ୍ତାନ ସରକାର କହିଛନ୍ତି।



from Odisha Reporter https://ift.tt/2ZQ0LjC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages