ପୁଲିସ୍‌ ଚୁପ, ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ସିଏଏ ବିରୋଧୀ ଆନ୍ଦୋଳନକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ପୁଲିସ୍‌ ଚୁପ, ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ସିଏଏ ବିରୋଧୀ ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲା ବିବାଦୀୟ ସିଏଏ ବିରୋଧରେ ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକମାନେ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଭିଡ଼ରେ ଫସି ଯାଇଥିବା ଗୋଟିଏ ଆମ୍ବୁଲନ୍ସକୁ ଛାଡ଼ିବା ପାଇଁ ପୁଲିସ୍‌ କୌଣସି ବ୍ୟବସ୍ଥା ନ କରିବାରୁ ସିଏଏ ବିରୋଧୀ ଆନ୍ଦୋଳନକାରୀମାନେ ଏହାକୁ ରାସ୍ତା ଛାଡ଼ି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଶାହୀନ ବାଗରେ ଆନ୍ଦୋଳନ ଯୋଗୁ କାଲିନ୍ଦି କୁଞ୍ଜ ରାସ୍ତାରେ ଗୋଟିଏ ଆମ୍ବୁଲାନ୍ସ ଫସି ଯାଇଥିଲା। ଏହି ରାସ୍ତାରେ ଏକାଧିକ ହସ୍ପିଟାଲ ଥିବାରୁ ଆମ୍ବୁଲାନ୍ସ ଗୁଡ଼ିକ ଏହି ବାଟ ଦେଇ ଯାଇଥାଆନ୍ତି। ସିସିଟିଭି ଫୁଟେଜ ଅନୁଯାୟୀ, ଆନ୍ଦୋଳନ ଯୋଗୁ ରାସ୍ତାରେ ଆମ୍ବୁଲାନ୍ସ ଫସି ଯାଇଥିଲା।

ପୁଲିସ୍‌ ରାସ୍ତାରେ ଉପସ୍ଥିତ ଥିଲେ ହେଁ କେବଳ ଦେଖେଣାହାରି ସାଜିଥିଲା। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ଆମ୍ବୁଲାନ୍ସ ପାଖକୁ ଦୌଡ଼ି ଆସି ରାସ୍ତା କ୍ଲିୟର କରିଥିଲେ। ଜଣେ ବ୍ୟକ୍ତି ବ୍ୟାରିକେଡ ହଟାଇବା ସହ ଅନ୍ୟ ଜଣେ ରାସ୍ତା ଖାଲି କରିବାକୁ ଲୋକଙ୍କୁ କହିଥିଲେ।

ଆମ୍ବୁଲାନ୍ସ ଯିବା ପରେ ପୁଣି ବ୍ୟାରିକେଡ୍ ଲଗାଇଥିଲେ। ଆଉ ଏକ ଭିଡିଓରେ ଶାହୀନ ବାଗ ଦେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ଆନ୍ଦୋଳନକାରୀମାନେ ହିଁ ଲୋକଙ୍କୁ ସେଠାରୁ ସାଇଡ୍ ହେବାକୁ କହିଥିଲେ।

ଆନ୍ଦୋଳନକାରୀମାନେ ବିକ୍ଷୋଭ ସ୍ଥଳରେ ଆମ୍ବୁଲାନ୍ସକୁ ସ୍ୱାଗତ ବୋଲି ବଡ଼ବଡ଼ ଅକ୍ଷରରେ ଲେଖାଯାଇଥିବା ବ୍ୟାନର ମାରିଛନ୍ତି। ଏଥିସହ ସେମାନେ ସମସ୍ତ ପ୍ରକାରର ଜରୁରୀ କାଳୀନ ଗାଡ଼ିକୁ ଛାଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।


୨.୫ କିମି ଚଉଡ଼ା ଏହି ରାସ୍ତାଟି ଦିଲ୍ଲୀ ଓ ନୋଏଡ଼ାକୁ ସଂଯୋଗ କରେ। ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲା ଲୋକମାନେ ଏଠାରେ ସିଏଏ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛନ୍ତି।



from Odisha Reporter https://ift.tt/2NEU3YO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages