ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣିଥରେ ଟସ୍ ହାରିଛନ୍ତି । ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଫିଞ୍ଚ କହିଛନ୍ତି। ଅଷ୍ଟ୍ରେଲିଆ କ୍ରମାଗତ ତୃତୀୟ ଥର ପାଇଁ ଭାରତ ବିପକ୍ଷରେ ଟସ୍ ଜିତିଛି।
ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ କରିଥିଲା। ତେଣୁ ଆଜିର ମ୍ୟାଚ୍ ଟ୍ରଫି କିଏ ଜିତିବ, ତା’ର ଫୈସଲା କରିବ।
ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରୋହିତ ଶର୍ମା ଓ ଶିଖର ଧୱନ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ ହେଁ ମ୍ୟାଚ୍ ପୂର୍ବରୁ ଉଭୟଙ୍କୁ ଫିଟ ଘୋଷଣା କରାଯାଇଛି।
ତେବେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କେନ୍ ରିଚାର୍ଡସନଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ଜୋଶ ହେଜେଲେଉଡଙ୍କୁ ସୁଯୋଗ ମିଳିଛି।
from Odisha Reporter https://ift.tt/30EbpL0
No comments:
Post a Comment