ନିର୍ଭୟା ମାମଲା, ଜେଲ ପ୍ରଶାସନ ନାମରେ ସଙ୍ଗୀନ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 25, 2020

ନିର୍ଭୟା ମାମଲା, ଜେଲ ପ୍ରଶାସନ ନାମରେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ। ଏହା ପୂର୍ବରୁ ଜଣେ ଦୋଷୀଙ୍କ ଓକିଲ ଜେଲ ପ୍ରଶାସନ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପଟିଆଲା ହାଉସ କୋର୍ଟରେ ଉଭୟ ପକ୍ଷ ଶୁଣାଣି ବେଳେ ମତ ରଖିଛନ୍ତି।

ଦୋଷୀ ବିନୟ ଶର୍ମାକୁ ଧୀମା ବିଷ ଔଷଧ ଦିଆଯାଇଛି। ଏଥିପାଇଁ ତା’ର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ଏବେ ସେ ଚିକିତ୍ସାଧୀନ ରହିଛି। ଏଯାବତ ତାଙ୍କୁ ବିନୟର ମେଡିକାଲ ରିପୋର୍ଟ ମିଳୁନି ବୋଲି ସେ କହିଛନ୍ତି। ଅନ୍ୟପଟେ ସରକାରୀ ଓକିଲ କହିଛନ୍ତି, ତିହାର ଜେଲ କତ୍ତୃପକ୍ଷ ବିନୟର ସମସ୍ତ କାଗଜ ପତ୍ର ଦାଖଲ କରିଛନ୍ତି। ଏହାବାଦ୍ ବିନୟର ଡାଏରୀ ଏବଂ ପେଣ୍ଟିଂକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇଛି। ଦୋଷୀଙ୍କ ଦ୍ୱାରା ଯେଉଁ ଅଭିଯୋଗ ଅଣାଯାଉଛି ତାହା ଅମୂଳକ।

ଜେଲ୍ ଅଧିକାରୀ କୋର୍ଟରେ ପକ୍ଷ ରଖି ବିନୟର ଡାଏରୀକୁ ଦାଖଲ କରିଛନ୍ତି। ଦୋଷୀ ବିନୟ ଜେଲରେ ଥିବା ବେଳେ ଏହି ଡାଏରୀ ଲେଖିଛି। ଏହାର ନାମ ‘ଦରିନ୍ଦା’ ରହିଛି। ଦୋଷୀ ବିନୟ ପେଣ୍ଟିଂ ମଧ୍ୟ ତିଆରି କରେ।

ଅନ୍ୟପଟେ ଦୋଷୀଙ୍କ ଦଣ୍ଡ ବିଧାନକୁ ବିଳମ୍ବ କରିବା ପାଇଁ ଏଭଳି ଚାଲ୍ ଚଲା ଯାଉଛି ବୋଲି କୋର୍ଟରେ ତଥ୍ୟ ଉପସ୍ଥାପନ ବେଳେ ନିର୍ଭୟାଙ୍କ ପରିବାର ପକ୍ଷରୁ ଏହା କୁହାଯାଇଛି।



from Odisha Reporter https://ift.tt/2RSzFoq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages