ଭଲ ରକ୍ତ ସଞ୍ଚାଳନ ପାଇଁ ଖାଆନ୍ତୁ ଏହି ୪ଟି ସୁପରଫୁଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 25, 2020

ଭଲ ରକ୍ତ ସଞ୍ଚାଳନ ପାଇଁ ଖାଆନ୍ତୁ ଏହି ୪ଟି ସୁପରଫୁଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ମସ୍ତିଷ୍କ, ଲିଭର୍‌, ହାର୍ଟ, କିଡ୍‌ନୀ ଓ ଅନ୍ୟ ଅଙ୍ଗ ଉପରେ କୁପ୍ରଭାବ ପଡ଼ିଥାଏ। ସେହିଭଳି ଠିକ୍ ରକ୍ତ ସଞ୍ଚାଳନ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଠିକ୍‌ ଭାବରେ ନହେଲେ ଶରୀର ତାପମାତ୍ରା ହ୍ରାସ ପାଏ। ଧୂମପାନ, ବ୍ୟାୟାମ ନକରିବା, ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା, ଓଜନ ବଢ଼ିବା, ଖରାପ ଖାଦ୍ୟପେୟ ଓ ଗର୍ଭାବସ୍ଥା ବେଳେ ରକ୍ତ ସଞ୍ଚାଳନ କମ୍‌ ହୋଇଥାଏ। ଏଥିପାଇଁ ବ୍ୟସ୍ତ ନହୋଇ କିଛି ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ, ଯେଉଁଗୁଡ଼ିକ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିବାରେ ସହାୟତା କରନ୍ତି।

୧. ଆବାକଡୁ : ଯଦି ରକ୍ତ ସଞ୍ଚାଳନକୁ ଠିକ୍‌ ରଖିବାକୁ ଚାହୁଁଛନ୍ତି, ତେବେ ଆବାକଡୁ ଖାଆନ୍ତୁ। ଏହା ଶରୀରରେ ରକ୍ତ ପ୍ରବାହ ଠିକ୍ ରଖିବା ସହିତ ହାର୍ଟକୁ ସୁସ୍ଥ ରଖିଥାଏ। ଆବାକଡୁରେ ଓମେଗା ୩ ଫ୍ୟାଟି ଏସିଡ୍‌ ପରି ସପ୍ଲିମେଣ୍ଟ ରହିଛି।

 

୨. ପିଆଜ : ପିଆଜ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରି ନଥାଏ, ରକ୍ତ ସଞ୍ଚାଳନକୁ ଠିକ୍‌ ରଖିବାରେ ବି ସାହାଯ୍ୟ କରିଥାଏ। ତେବେ ଏଥିପାଇଁ କଞ୍ଚା ପିଆଜକୁ ଚୋବାଇ ଖା’ନ୍ତୁ।  

୩. ଡାଳିମ୍ୱ : ହୃଦରୋଗୀଙ୍କ ପାଇଁ ଡାଳିମ୍ୱ ବହୁତ ଭଲ। ନ୍ୟାସନାଲ୍‌ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ହେଲଥ୍‌ର ମତ ଅନୁସାରେ ଡାଳିମ୍ୱରେ ପୋଲିଫେନଲ୍‌ ଓ ନାଇଟ୍ରେଟ୍‌ ରହିଛି, ଯାହା ମାଂସପେଶୀରେ ଟିସୁକୁ ଅକ୍ସିଡାଇଜ୍‌ କରିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ।

୪. ରସୁଣ : ରସୁଣ ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ଏଥରେ ଏସିଲିନ ଓ ସଲଫର୍‌ର ମାତ୍ରା ଅଧିକ ରହିଛି। ଏଥିପାଇଁ ପ୍ରତିଦିନ ରସୁଣ ଖାଇଲେ ରକ୍ତ ପ୍ରବାହ ଠିକ୍‌ ହୋଇଥାଏ ଓ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ।

ଖରାପ ରକ୍ତ ସଞ୍ଚାଳନ ହେଉଛି ବୋଲି କିପରି ଜାଣିବେ?
୧. ସବୁ ସମୟରେ ଥକା ଲାଗିବା
୨. ହାତ ଓ ପାଦ ଝିମ୍‌ଝିମ୍‌ ହେବା
୩. ହାତ ଓ ପାଦରୁ ଝାଳ ବାହାରିବା
୪. କୌଣସି କାମରେ ମନ ନଲାଗିବା
୫. ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା

 



from Odisha Reporter https://ift.tt/2NWOPYQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages