ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରାଣାସୀକୁ ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏଲାଅନସ୍ ଏୟାର୍ ପକ୍ଷରୁ ଏହି ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହି ବିମାନରେ ୭୨ ସିଟ୍ ରହିଛି। ତେବେ ପ୍ରଥମ ଦିନରେ ଝାରସୁଗୁଡ଼ାରୁ ବାରାଣାସୀକୁ କୌଣସି ଯାତ୍ରୀ ହୋଇ ନଥିବା ବେଳେ ଆଗକୁ ଭଲ ଯାତ୍ରୀ ହେବେ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। ତେବେ ଭୁବନେଶ୍ୱରକୁ ୩୬ ଜଣ ଯାତ୍ରୀ ଯାତ୍ରା କରିଥିଲେ।
ଏହି ବିମାନଟି ଝାରସୁଗୁଡା ବିମାନବନ୍ଦରରୁ ଦିନ ୧୦ଟା ସମୟରେ ଛାଡ଼ିଥିଲା। ଅନ୍ୟପକ୍ଷରେ ବିମାନଟି ଭବନେଶ୍ୱରରେ ୧୧ ଟା ୦୫ ମିନିଟ ସମୟରେ ପହଞ୍ଚିବ। ଏମହାପରେ ବିମାନଟି ଭୁବନେଶ୍ୱରରୁ ଦିନ ୧୨ ଟା୧୫ ମିନିଟ ସମୟରେ ଛାଡ଼ି ବାରଣାସୀରେ ଦିନ ୨ଟା ସମୟରେ ପହଞ୍ଚିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୁଣି ସେହି ବିମାନଟି ବାରଣାସୀରୁ ଦିନ ୨ଟା୩୦ ମିନିଟରେ ଛାଡ଼ି ଭବନେଶ୍ୱରକୁ ୪ଟା୨୦ ମିନିଟ ସମୟରେ ପହଞ୍ଚିବ। ଆଉ ଭୁବନେଶ୍ୱରୁ ସନ୍ଧ୍ୟା୪ଟା୪୫ ମିନିଟ ସମୟରେ ଛାଡ଼ି ୫ଟା୫୦ ରେ ଝାରସୁଗୁଡ଼ାରେ ପହଞ୍ଚିବ ।
from Odisha Reporter https://ift.tt/38Tmb2H
No comments:
Post a Comment