କୋଣାର୍କ ମନ୍ଦିର ଯାଇ ଲୋକହସା ହେଲେ ସୂର୍ଯ୍ୟମୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

କୋଣାର୍କ ମନ୍ଦିର ଯାଇ ଲୋକହସା ହେଲେ ସୂର୍ଯ୍ୟମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଲିବ୍ରେଟିମାନେ ଯେତିକି ପ୍ରଶଂସା ପାଆନ୍ତି ସେତିକି ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ସେମିତି କିଛି ସମାଲୋଚନାର ଶିକାର ହୋଇଛନ୍ତି  ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ରେ ଯୋଗ ଦେଇଥିଲେ ସୂର୍ଯ୍ୟମୟୀ। ସେ ଏହି ପ୍ରୋଗାମରେ କୋଣାର୍କ ବୁଲିବାକୁ ଯାଇଥିଲେ। ସେଠାକୁ ଯିବାପରେ ତାଙ୍କୁ କୋଣାର୍କ ମନ୍ଦିର ସମ୍ପର୍କିତ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ ସେ କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।

ଯେମିତି କି କୋଣାର୍କ ମନ୍ଦିର ନିର୍ମାଣ କରିବାରେ କେତେ ବଢ଼େଇ କାମ କରୁଥିଲେ ପଚାରିବାରୁ ସୂର୍ଯ୍ୟମୟୀ କହିଥିଲେ, ଏଇଟା ଜଣଙ୍କର ପରିଶ୍ରମ ନୁହେଁ, ବହୁତ କାରିଗରଙ୍କ ପରିଶ୍ରମର ଫଳ। ୧୨୦୦ ଲାଗିଥିଲେ। କିନ୍ତୁ ସେ ୧୨୦୦ ଲୋକ କିଏ ସେ ତା’ର ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ।

ଧର୍ମପଦଙ୍କ ବାପାଙ୍କ ନାଁ କ’ଣ, ସେ ସମୟର ରାଜା କିଏ ଥିଲେ, ଏମିତି କିଛି ପ୍ରଶ୍ନର ସୂର୍ଯ୍ୟମୟୀ ଉତ୍ତର ଦେଇ ପାରିନଥିବା ବେଳେ ତାଙ୍କ ପାଖରେ ଥିବା ଜଣେ ଫଟୋଗ୍ରାଫର/ ଗାଇଡ୍‌ ଆସି ତାଙ୍କୁ କୋଣାର୍କ ମନ୍ଦିରର ଇତିହାସ ବିଷୟରେ ବୁଝାଇଥିଲେ।

ଏହାପରେ ସୂର୍ଯ୍ୟମୟୀ ଏସବୁ କଥାକୁ ମନେ ରଖିବେ ବୋଲି କହିଥିଲେ।

ତେବେ ତାଙ୍କୁ କୋଣାର୍କର କାରୁକାର୍ଯ୍ୟ ବହୁତ ପସନ୍ଦ, କିନ୍ତୁ ସେ କୋଣାର୍କ ପିଲା ଦିନେ ବୁଲି ବାକୁ ଆସିଥିଲେ, ଆଉ ତା ପରେ ବୁଲିବାକୁ ଆସିନଥିଲେ ବୋଲି କହିଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ଆଦୌ ଭଲ ଲାଗିନଥିଲା। ୟୁଟ୍ୟୁବରେ ଏହି ଭିଡ଼ିଓ ଶେଆର ହେବା ପରେ କିଛି ଲୋକ ଓଡ଼ିଆ ଅଭିନେତ୍ରୀ ହୋଇ ସୁର୍ଯ୍ୟମୟୀ ବିଶ୍ୱପ୍ରସିଦ୍ଧ କୋଣାର୍କ ବିଷୟରେ କିଛି ଜାଣି ନଥିବାରୁ ତାଙ୍କୁ ନିନ୍ଦା କରିଛନ୍ତି।

କିଛି ଲୋକ ଏମିତି ପ୍ରଶ୍ନର ଉତ୍ତର ଛୁଆମାନେ ବି ଦେଇଦେବେ, କିନ୍ତୁ ଜଣେ ଅଭିନେତ୍ରୀ କେମିତି ଏ ସବୁ କଥା ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ସୂର୍ଯ୍ୟମୟୀ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ବାବୁସାନ୍‌। ଏଇ ଦଶହରାରେ ଫିଲ୍ମଟି ରିଲିଜ୍ ହୋଇଥିଲା।



from Odisha Reporter https://ift.tt/2UbcIja

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages