ଆମେ ଆଉ କ’ଣ ବଞ୍ଚିବୁ, ମାରିଦେବେ: ପରବିନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ଆମେ ଆଉ କ’ଣ ବଞ୍ଚିବୁ, ମାରିଦେବେ: ପରବିନ୍ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାତିରେ ଡିସିପି ଆସିଥିଲେ। ଆପଣଙ୍କ ସହ ଅନ୍ୟାୟ ହେବନି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। କିନ୍ତୁ ତା’ ପରେ ଯାହା ସବୁ ଘଟଣା ଘଟିଛି, ତାହା କିଛି ଅଲଗା ଦର୍ଶାଉଛି।” ଦିନ ଦି ପ୍ରହରରେ ସର୍ବସମ୍ମୁଖରେ ପୁଲିସ୍‌ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍‌ ଯୁବକ ପରବିନ୍ଦର ପାଲ୍ ସିଂ ଏପରି କହିବା ସହ ଏବେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି।

ଯେଉଁଠି ହତ୍ୟା ଉଦ୍ୟମ ଲାଗି ୩୦୭ ଦଫା ଲଗାଇବା କଥା, ଜାମିନ ନାମଞ୍ଜୁର ହେବା କଥା, ସେ କ୍ଷେତ୍ରରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଜାମିନ ପାଇ ଆସି ବାହାରେ ବୁଲିଛନ୍ତି। ଆମେ ଆଉ କ’ଣ ବଞ୍ଚିବୁ, ମାରିଦେବେ ବୋଲି କ୍ଷୋଭ ଭରା କଣ୍ଠରେ କହିଛନ୍ତି ପରବିନ୍ଦର। ପୁଲିସ୍‌ ଉପରୁ ତାଙ୍କ ଭରସା ତୁଟି ଯାଇଥିବା ବେଳେ ନିଜ ପରିବାରର ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପରବିନ୍ଦରଙ୍କ ଉପରେ ଆକ୍ରମଣ ଘଟଣାକୁ ୩ ଦିନ ବିତଗଲାଣି, କିନ୍ତୁ କମିଶନରେଟ୍ ପୁଲିସ୍‌ ହାତ ଏଯାଏ ଖାଲି । ସିସିଟିଭିରେ ପ୍ରମାଣ ଅଛି ଘଟଣାରେ କିଏ କିଏ ସଂପୃକ୍ତ । ତାହା ପୁଲିସ୍‌କୁ ବି ଭଲ ଭାବେ  ଜଣା । ଏସବୁ ସତ୍ତ୍ୱେ କାହିଁକି ଗିରଫଦାରୀ ସଂଖ୍ୟା ବଢୁନି ବୋଲି ପ୍ରଶ୍ନ କରିଛନ୍ତି ପରବିନ୍ଦର । ଡିସିପି ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ପ୍ରମାଣ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କ୍ଷୋଭର ସହ କହିଛନ୍ତି  ପରବିନ୍ଦର।



from Odisha Reporter https://ift.tt/373vJHT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages