ମୋହନା(ମିହିର ଯତି): ଘନ କୁହୁଡ଼ି ଯୋଗୁ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଦ୍ରୀମା ଗାଁ ନିକଟରେ ଏକ କାର୍ ଏକ ମିନି ଟ୍ରକ୍କୁ ପଛପଟୁ ଧକ୍କା ଦେଇଛି। ଏଥିରେ କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ୬ ଜଣ ଯାତ୍ରୀଙ୍କୁ ନେଇ କାର୍ଟି ମୋହନାରୁ ବ୍ରହ୍ମପୁର ଯାଉଥିଲା। ଏହି ସମୟରେ ପାଦ୍ରୀମା ଗାଁ ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ମିନି ଟ୍ରକ୍କୁ ଏହା ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ କୁହୁଡ଼ି ଯୋଗୁ ରାସ୍ତା କିଛି ଦିଶୁ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/30ukXIr
No comments:
Post a Comment