ନିର୍ଭୟା ଦୋଷୀଙ୍କୁ ପଚରାଗଲା ସେମାନଙ୍କ ଶେଷ ଇଚ୍ଛା, ଉତ୍ତର କ’ଣ ଦେଲେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ନିର୍ଭୟା ଦୋଷୀଙ୍କୁ ପଚରାଗଲା ସେମାନଙ୍କ ଶେଷ ଇଚ୍ଛା, ଉତ୍ତର କ’ଣ ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ: ତିହାର ଜେଲରେ ଫାଶୀ ପାଇବାକୁ ଅପେକ୍ଷା କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ଜାଣିବାକୁ ପ୍ରଶାସନ ନୋଟିସ କରିଛି। ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ନିୟମ ଅନୁସାରେ ଅପରାଧୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ରହିଛି, ସେକଥା ଜାଣିବାକୁ ଜେଲ ପ୍ରଶାସନ ନୋଟିସ କରିଛି।

ଏଥିରେ କୁହାଯାଇଛି ଯେ ଫାଶୀ ପୂର୍ବରୁ ସେମାନେ ଶେଷଥର ପାଇଁ କାହାକୁ ଓ କେତେବେଳେ ଭେଟିବାକୁ ଚାହୁଁଛନ୍ତି? ଯଦି ସେମାନଙ୍କ ନାଁରେ କୌଣସି ସମ୍ପତ୍ତି ରହିଛି, ତା’ହେଲେ ସେଗୁଡ଼ିକୁ ସେମାନେ କାହା ନାଁରେ କରିବାକୁ ଚାହୁଁଛନ୍ତ? ସେମାନେ କୌଣସି ଧାର୍ମିକ ବହି କିମ୍ବା କୌଣସି ଧର୍ମ ଗୁରୁଙ୍କୁ ଫାଶୀ ପୂର୍ବରୁ ଭେଟିବାକୁ ଚାହୁଁଛନ୍ତି କି? ଯଦି ଏସବୁ ମଧ୍ୟରୁ ଦୋଷୀମାନେ କିଛି ବି ନିଜର ଶେଷ ଇଚ୍ଛାରେ ପାଇବାକୁ ଚାହୁଁଛନ୍ତି, ତା’ହେଲେ ଜେଲ କର୍ତ୍ତୃପକ୍ଷ ଏହାକୁ ଫାଶୀ ପୂର୍ବରୁ ପୂରଣ କରିବେ ବୋଲି ନୋଟିସରେ କହିଛନ୍ତି।

ତେବେ ଜେଲରେ ଥିବା ଅକ୍ଷୟ, ପବନ, ମୁକେଶ ଓ ବିନୟ ଶର୍ମା ନିଜର ଶେଷ ଇଚ୍ଛା କ’ଣ ସେ ସମ୍ପର୍କରେ ଏଯାଏ କୌଣସି ଉତ୍ତର ଦେଇନାହାନ୍ତି। ଅର୍ଥାତ ସେମାନେ ଆଇନର ଗଳାବାଟ ବ୍ୟବହାର କରି ଫାଶୀ ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ଏସବୁ ଭିତରେ ୪ ଜଣଙ୍କ ମଧ୍ୟରୁ ଜଣେ ଫାଶୀ ପାଇବା ଭୟରେ ଖାଇବା ଛାଡ଼ି ଦେଇଛି। ସେହିପରି ଆଉ ଜଣେ ଦୋଷୀ ଧୀରେଧୀରେ ତା’ ଖାଦ୍ୟର ପରିଣାମ କମାଇବାରେ ଲାଗିଛି। ଜେଲ ସୂତ୍ର ଅନୁଯାୟୀ, ଦୋଷୀ ବିନୟ ଶର୍ମା ଦୁଇ ଦିନ ହେଲା କୌଣସି ପ୍ରକାରର ଖାଦ୍ୟ ଖାଇ ନଥିଲା। କିନ୍ତୁ ବୁଧବାର ତାକୁ ଜେଲ କର୍ତ୍ତୃପକ୍ଷ ବାରମ୍ବାର ଖାଦ୍ୟ ଖାଇବାକୁ କହିବାରୁ ସେ ଅଳ୍ପ ଖାଦ୍ୟ ଖାଇଛି। ପବନ ଗୁପ୍ତା ମଧ୍ୟ ଫାଶୀ ପାଇବା ଭୟରେ ଅଳ୍ପ ଖାଦ୍ୟ ଖାଉଛି।

ହେଲେ ଫାଶୀ ଦଣ୍ଡର ପ୍ରଭାବ ଅକ୍ଷୟ ଓ ମୁକେଶ ଉପରେ କୌଣସି ପ୍ରକାରର ପଡ଼ି ନଥିବା ଜଣାପଡ଼ିଛି। ସେମାନେ ପୂର୍ବଭଳି ଠିକ୍ ଭାବେ ଖାଉଛନ୍ତି ଓ ସବୁ କାମ କରୁଛନ୍ତି। ୪ ଜଣଙ୍କ ମଧ୍ୟରୁ ମୁକେଶ ଏକମାତ୍ର ଦୋଷୀ ଯିଏ ଆଇନର ସବୁ କିଛି ମାଧ୍ୟମ ବ୍ୟବହାର କରି ସାରିଛି। ସେ କ୍ୟୁରେଟିଭ ପିଟିସନ ଠାରୁ ରାଜକ୍ଷମା ଆବେଦନ କରି ସେ ନିରାଶ ହୋଇଛି। ଏବେ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଥ ସଂପୂର୍ଣ୍ଣ ଭାବେ ପରିଷ୍କାର ହୋଇଯାଇଛି।

୪ ଜଣ ଦୋଷୀଙ୍କୁ ଜେଲ ନଂ ୩ର ଅଲଗା ଅଲଗା ସେଲରେ ରଖାଯାଇଛି। ପ୍ରତି କଏଦୀର ସେଲ ବାହାରେ ୨ ଜଣ ଲେଖାଏ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଛନ୍ତି। ପ୍ରତି ଦୁଇ ଘଣ୍ଟାରେ ଗାର୍ଡ ମାନଙ୍କୁ ବିଶ୍ରାମ ଦିଆଯାଉଛି। ପ୍ରତି ଦୋଷୀଙ୍କ ସେଲ ବାହାରେ ୨୪ ଘଣ୍ଟା ମୁତୟନ ହେବା ପାଇଁ ୮ ଜଣ ଲେଖାଏ ସିକ୍ୟୁରିଟି ଗାର୍ଡକୁ ନିୟୋଜିତ କରାଯାଇଛି। ଅର୍ଥାତ ୪ ଜଣଙ୍କ ପାଇଁ ୩୨ ଜଣ ସିକ୍ୟୁରିଟି ଗାର୍ଡ ରହିଛନ୍ତି। ସେହିପରି ୨୪ ଘଣ୍ଟାରେ ୪୮ଟି ସିଫ୍ଟ କରାଯାଉଛି।



from Odisha Reporter https://ift.tt/3aDWSDp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages