୧୫ଟି ଜିଲ୍ଲାରେ ଆଜି ସ୍କୁଲ୍‌ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

୧୫ଟି ଜିଲ୍ଲାରେ ଆଜି ସ୍କୁଲ୍‌ ଛୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୨ ଦଫା ଦାବିରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ପ୍ରାୟ ସବୁ ଜିଲ୍ଲାରେ ବସ୍‌ ଓ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ତେଣୁ ଆମ୍ବୁଲାନ୍ସ ଓ କ୍ଷୀର ଗାଡ଼ିଗୁଡ଼ିକ ଗଡ଼ୁଥିବା ବେଳେ ମେଡିସନ୍ ଦୋକାନଗୁଡ଼ିକ ଖୋଲା ରହିଛି।

ଅନ୍ୟପକ୍ଷରେ ବନ୍ଦ ପାଇଁ ସତର୍କତା ଦୃଷ୍ଟିରୁ ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ, ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଗଜପତି, ଜଗତସିଂହପୁର, ରାୟଗଡ଼ା, ଝାରସୁଗୁଡ଼ା, ନୟାଗଡ଼, ବୌଦ୍ଧ, ଯାଜପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ କଳାହାଣ୍ଡି।



from Odisha Reporter https://ift.tt/2N6cG7P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages