ଆବଶ୍ୟକ ସାମଗ୍ରୀ: ଗୋଟା ତରଭୁଜ, ଖାସି ମାଂସ, ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଛେଚା ରସୁଣ, ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ଛେଚା ରସୁଣ ପକାନ୍ତୁ। ତା’ପରେ ସେଥିରେ ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍ ତେଲ ପକାଇ ଭଲଭାବେ ମ୍ୟାରିନେଟ୍ କରନ୍ତୁ।
ଏବେ ଗୋଟା ତରଭୁଜକୁ ମଝିରୁ ଦୁଇ ଖଣ୍ଡ କରି ଦିଅନ୍ତୁ ଏବଂ ଏହାର ଭିତର ଅଂଶକୁ କୋରି ବାହାର କରିଦିଅନ୍ତୁ। ଗୋଟିଏ ଫାଳରେ ମ୍ୟାରିନେଟ୍ ହୋଇଥିବା ମାଂସକୁ ଭର୍ତ୍ତି କରିଦିଅନ୍ତୁ ଏବଂ ଆରଫାଳରେ ଏହାର ମୁହଁକୁ ବନ୍ଦ କରି ମଇଦା ଚକଟା ଦେଇ ଭଲଭାବେ ସିଲ୍ କରି ଦିଅନ୍ତୁ।
ବର୍ତ୍ତମାନ ଚୁଲିରେ ଥିବା ନିଆଁ ଅଙ୍ଗାର ଭିତରେ ଏହି ତରଭୁଜକୁ ରଖି ତା ଉପରେ ଆଉ କିଛି ଅଙ୍ଗାର ପକାଇ ଦିଅନ୍ତୁ। ୪୫ ରୁ ୫୦ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ତରଭୁଜ ମାଂସ ପୋଡ଼ା।
from Odisha Reporter https://ift.tt/2T3NWAU
No comments:
Post a Comment