ତାଇକୋଣ୍ଡରେ ଗିନିଜ୍‌ ୱାର୍ଲଡ ରେକର୍ଡ କଲେ ୫ ବର୍ଷର ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ତାଇକୋଣ୍ଡରେ ଗିନିଜ୍‌ ୱାର୍ଲଡ ରେକର୍ଡ କଲେ ୫ ବର୍ଷର ପିଲା

ନୂଆଦିଲ୍ଲୀ: ବୟସ କମ୍‌ କିନ୍ତୁ ଦକ୍ଷତା ବେଶୀ। ଏମିତି ଜଣେ ପିଲା ହେଉଛନ୍ତି ୫ ବର୍ଷୀୟ ଆସମନ ତନେଜା। ତାଇକୋଣ୍ଡରେ ସେ କରିଛନ୍ତି ଗିନିଜ୍‌ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍‌ ଷ୍ଟପ୍‌ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍‌ ମାରି ଇତିହାସ ରଚିଛନ୍ତି ।

ଆସମନ ତନେଜା ଜଣେ ଭଲ ତାଇକୋଣ୍ଡ ଖେଳାଳି ଏବଂ କମ୍‌ ବୟସର ଜଣେ ଉତ୍ତମ ଆଥଲେଟ୍‌ ହୋଇପାରିଛନ୍ତି। ସେ ୟୁଏସଏରେ ଅନୁଷ୍ଠିତ ୱାର୍ଲଡ ଓପନ ତାଇକୋଣ୍ଡରେ ରଜତ ପଦକ ମଧ୍ୟ ପାଇଛନ୍ତି। ଏବେ ତାଙ୍କ ନାଁରେ ଏକ ଗିନିଜ୍‌ ରେକର୍ଡ ଯୋଡ଼ା ହୋଇଛି ।

ଆସମନଙ୍କ ବାପା କହିଛନ୍ତି, ‘ମୋ ପୁଅ ଏହି ରେକର୍ଡ ପାଇଁ ବହୁତ ପରିଶ୍ରମ କରିଛି। ସେ ନିଜ ଭଉଣୀଠାରୁ ବହୁତ ପ୍ରେରଣା ପାଇଥିଲା ଏବଂ ଏହାପରେ ସେ ଟ୍ରେନିଂ ନେବା ଆରମ୍ଭ କରିଥିଲା। ଆଉ ନିଜ ନାଁରେ ରେକର୍ଡ କରିଥିଲା।’ ସେ ଆହୁରି କହିଛନ୍ତି, ମୋ ପୁଅ ଗିନିଜ୍‌ ୱାର୍ଲଡ ରେକର୍ଡ ସହ  ଅନ୍ୟ କିଛି ରେକର୍ଡ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରୁଛି। ମତେ ବିଶ୍ୱାସ ଯେ ସେ ଆହୁରି କିଛି ରେକର୍ଡ ପ୍ରାପ୍ତି କରିନେବ।

ସେପଟେ ଆସମନ କହିଛନ୍ତି, ଯେତେବେଳେ ମୋ ଭଉଣୀ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କରିଥିଲା। ସେତେବେଳେ ମୋର ମଧ୍ୟ ଇଚ୍ଛା ଥିଲା ଯେ ମୁଁ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ କରିବ। ସେ ମୋ ଇନ୍‌ସ୍ପିରେସନ୍‌।

 



from Odisha Reporter https://ift.tt/3aoxBNE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages