ଦୀପିକାଙ୍କୁ ‘ଲକ୍ସ’ରୁ ହଟାଇବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ଦୀପିକାଙ୍କୁ ‘ଲକ୍ସ’ରୁ ହଟାଇବାକୁ ଦାବି

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜେଏନୟୁ ବିକ୍ଷୋଭରେ ତାଙ୍କର ବାମପନ୍ଥୀଙ୍କୁ ସମର୍ଥନ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା। ବିଜେପି ସମର୍ଥକମାନେ ଦୀପିକାଙ୍କର ଏଭଳି ପଦକ୍ଷେପକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଲେ। ଏଥିସହ ସୋଶାଲ୍‌ ମିଡିଆରେ ତାଙ୍କ ଫିଲ୍ମ ‘ଛପାକ’କୁ ବର୍ଜନ କରିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ଏବେ ପୁଣି ଦୀପିକାଙ୍କ ବିଜ୍ଞାପନ ଉପରେ ରୋକ୍‌ ଲଗାଇବାକୁ ଦାବି କରାଗଲାଣି।

‘ଛପାକ୍‌’ ଫିଲ୍ମକୁ ବୟକଟ୍‌ କରିବା ପରେ ଏବେ ସୋଶାଲ୍‌ ମିଡିଆରେ ଦୀପିକା ଯେଉଁ ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି ତାଙ୍କୁ ବୟକଟ୍‌ କରିବା ପାଇଁ ଆହ୍ୱାନ ଦିଆଯାଉଛି। ଏପରିକି କମ୍ପାନୀମାନେ ମଧ୍ୟ ଏବେ ତାଙ୍କ ବିଜ୍ଞାପନ ଦେଖାଇବା କମ୍‌ କରିଦେଲେଣି। ଦୀପିକା ଲକ୍ସ ସାବୁନ୍‌ର ବ୍ରାଣ୍ଡ ଆମ୍ବାସାଡର୍‌। ବର୍ତ୍ତମାନ ଲୋକମାନେ ତାଙ୍କୁ ଲକ୍ସର ବିଜ୍ଞାପନରୁ ହଟାଇବାକୁ ଦାବି କରୁଛନ୍ତି। ତେଣୁ ଏବେ ସୋଶାଲ୍‌ ମିଡିଆରେ ‘#ଦୀପିକା_ହଟାଓ_ଲକ୍ସ_ବଚାଓ’ ଟ୍ରେଣ୍ଡ କରୁଛି।

ସୂଚନା ଅନୁଯାୟୀ କିଛି ବ୍ରାଣ୍ଡର ବିଜ୍ଞାପନଦାତା ଦୀପିକା ପାଦୁକନ୍‌ଙ୍କ ବିଜ୍ଞାପନର ପ୍ରସାରଣ କମ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏହା ମଧ୍ୟ କହିଛନ୍ତି ଯେ ଆଗକୁ ବିଜ୍ଞାପନ ଚୁକ୍ତିପତ୍ରରେ ଏକ ନୂଆ କ୍ଲଜ୍‌ ଯୋଡ଼ା ହେବ। ଯେଉଁଥିରେ ଲେଖା ହେବ ଯେ ଯଦି କେହି ସେଲେବ୍ରଟି ରାଜନୀତି ଆଡ଼କୁ ଢଳନ୍ତି ତେବେ ସେମାନଙ୍କୁ ପ୍ରଶାସନର ଅସନ୍ତୋଷର ଶିକାର ହେବାକୁ ପଡ଼ିବ।

ବିଜ୍ଞାପନଦାତାଙ୍କ ଅନୁଯାୟୀ ପାଖାପାଖି ୨ ସପ୍ତାହ ପର୍ଯ୍ୟନ୍ତ ମାମଲା ଥଣ୍ଡା ପଡ଼ିବା ଯାଏ ଦୀପିକାଙ୍କ ବିଜ୍ଞାପନ ଉପରେ ରୋକ୍‌ ଲଗାଯିବ। ଜଣାଇଦେବାକୁ ଚାହୁଁ ଯେ ଦୀପିକା କେବଳ ଲକ୍ସ ନୁହେଁ ସମୁଦାୟ ୨୩ଟି ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର୍‌ ଅଛନ୍ତି। ଏଥିରେ ଲରିୟଲ୍‌, ଆକ୍ସିସ୍‌ ବ୍ୟାଙ୍କ, ତନିସ୍କ, ବ୍ରିଟାନିଆ ଗୁଡିଇ ଡେ’, ଭିସ୍ତାରା ଏୟାର୍‌ଲାଇନ୍ସ ଫିଆମା ଡିଭିଲ୍ସ ସାବୁନ୍‌ ପ୍ରଭୃତି ସାମିଲ୍ ରହିଛି। ସୂଚନା ଅନୁଯାୟୀ ଦୀପିକାଙ୍କର ବାର୍ଷିକ ଆୟ ପାଖାପାଖି ୧୦୩ କୋଟି ଟଙ୍କା। ସେ ଫିଲ୍ମ ପାଇଁ ୧୦ କୋଟି ନେଉଥିବାବେଳେ ବିଜ୍ଞାପନ ପାଇଁ ୮ କୋଟି ଟଙ୍କା ନିଅନ୍ତି।

 

 



from Odisha Reporter https://ift.tt/3adWNWN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages