ହାଇ ବଜେଟ୍ ଫିଲ୍ମ ‘ବାବୁ ଭାଇଜାନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ହାଇ ବଜେଟ୍ ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟ ଅଭିଯୋଗ ହୁଏ ଯେ କପି କରି ଓଡ଼ିଆ ଫିଲ୍ମ ନିର୍ମାଣ କରାଯାଉଛି। ଫିଲ୍ମ ହାଇ ବଜେଟ୍‌ର ହେଉନି। ଷ୍ଟାର କାଷ୍ଟ ବି ଭଲ ରହୁ ନାହାନ୍ତି। ତେଣୁ ଓଡ଼ିଆ ଫିଲ୍ମ ଦେଖିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଦୀର୍ଘ ଦିନ ଧରି ଲୋକମାନଙ୍କର ଏହି ଅଭିଯୋଗକୁ ଭୁଲ୍‌ ପ୍ରମାଣିତ କରିଛି ଫିଲ୍ମ ‘ବାବୁ ଭାଇଜାନ୍‌’।

ଏହି ଫିଲ୍ମର ପ୍ରଯୋଜକ ସନ୍ତୋଷ ନାରାୟଣଙ୍କ କହିବା ଅନୁଯାୟୀ, ଏଥିରେ ମୋଟ ୩ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତା’ସହିତ ଲୋକପ୍ରିୟ କଳାକାରଙ୍କୁ  ନିଆଯାଇଛି ଏବଂ ଭଲ ଭଲ ଲୋକେସନ୍‌ରେ ଶୁଟିଂ କରାଯାଇଛି। ଫିଲ୍ମରେ ଥିବା ‘ହମ୍‌ଦମ୍‌ ମେରେ’ ଗୀତ ପାଇଁ କେବଳ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଗୀତର ଶୁଟିଂ ଜୋର୍ଡାନ୍‌ରେ ହୋଇଥିଲା। ସେଥିପାଇଁ ଏକ ବଡ଼ ଟିମ୍‌ ଜୋର୍ଡାନ୍‌ ଯାଇଥିଲା।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ରେଡିଓ ଟାଇମ୍ ୱିଥ୍‌ ଅନନ୍ୟା‘ରେ ଯୋଗଦେଇ ସେ କହିଥିଲେ, ଓଡ଼ିଆ ଫିଲ୍ମର ଚାହିଦା ସତରେ କମିବାରେ ଲାଗିଛି। ଲୋକମାନେ ଭିନ୍ନ ଭିନ୍ନ ଭାଷାର ଫିଲ୍ମ ଦେଖୁଛନ୍ତି। ତେଣୁ ଗୋଟେ ତୁଳନାତ୍ମକ ମନୋଭାବ ଆସିଯାଉଛି। ତେଣୁ ଏହି ଫିଲ୍ମରେ କିଛି ନୂଆ କରିବା ପାଇଁ ଆମେ ଭିନ୍ନ ଭିନ୍ନ ସ୍ଥାନରେ ଶୁଟିଂ କରିଥିଲୁ। ଦର୍ଶକମାନଙ୍କୁ କିଛି ନୂଆ ଚିତ୍ର ଦେଖାଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଛି। ବଲିଉଡ୍‌ରେ ୧୦୦ କୋଟି ଟଙ୍କାରେ ଫିଲ୍ମ ନିର୍ମାଣ ହେଉଛି। ତେଣୁ ସେହି ଅନୁସାରେ ୩ କୋଟି କିଛି ବଡ଼ ଏମାଉଣ୍ଟ୍ ନୁହେଁ। ତଥାପି ଓଲିଉଡ୍‌ ଫିଲ୍ମରେ କୋଟି କୋଟି ଖର୍ଚ୍ଚ କରିବା ବିରଳ ଘଟଣା।

 

ସୂଚନାଯୋଗ୍ୟ, ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ଶିବାନୀ। ଏଥିସହ ଫିଲ୍ମରେ ମିହିର ଦାସ, ବବି ମିଶ୍ର, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଓ ବିଦୁସ୍ମିତା ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମଟି ୫ ଦିନ ତଳେ ଅର୍ଥାତ୍ ୧୨ ତାରିଖରେ ରିଲିଜ୍ ହୋଇଛି।

 



from Odisha Reporter https://ift.tt/2FU2F9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages