ତମନ୍ନାଙ୍କ ପାଇଁ ସ୍କୁଟିରେ ଟକୋଲେଟ୍‌ ଲଗାଇ ଚାଲିଯାଉଥିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ତମନ୍ନାଙ୍କ ପାଇଁ ସ୍କୁଟିରେ ଟକୋଲେଟ୍‌ ଲଗାଇ ଚାଲିଯାଉଥିଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ତମନ୍ନାଙ୍କର ଜଣେ ସିକ୍ରେଟ୍‌ ପ୍ରେମିକ ଥିଲେ। ସେ ଯେତେବେଳେ ବ୍ରହ୍ମପୁରର ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ ସେତେବେଳେ ତାଙ୍କୁ ଜଣେ ପୁଅ ପସନ୍ଦ କରୁଥିଲା। ସେ ପ୍ରତିଦିନ ତମନ୍ନାଙ୍କ ସ୍କୁଟିରେ ଗୋଟେ ଚକୋଲେଟ୍‌ ଲଗାଇ ଚାଲିଯାଉଥିଲା। ଏମିତି କିଛି ଦିନ କରିବା ପରେ ତମନ୍ନା ଏବଂ ତାଙ୍କ ସାଙ୍କମାନେ ଚିନ୍ତା କଲେ ଯେ ସେମାନେ ଜଗିକି ରହିବେ ଏବଂ ସ୍କୁଟିରେ ଚକୋଲେଟ୍‌ କିଏ ଲଗାଉଛି ତାକୁ ଧରିବେ। ଦିନେ ତମନ୍ନାଙ୍କର କିଛି ସାଙ୍ଗ କ୍ଲାସ୍‌ ନଯାଇ ସେ ପିଲାର ଅପେକ୍ଷା କଲେ କିନ୍ତୁ ପିଲା ସେଦିନ ଆସିଲାନି। କାରଣ ସେ ମଧ୍ୟ ଜାଣିପାରିଥିଲା ଯେ ତା’ଉପରେ ନଜର ରଖାଯାଉଥିଲା। ସେ ୨-୩ ଦିନ ଚକୋଲେଟ୍‌ ଲଗାଇବା ବନ୍ଦ କରିଦେଲା। ତା’ପରେ ପୁଣି ଥରେ ପୂର୍ବପରି ସେ ଚକୋଲେଟ୍‌ ଲଗାଇବା ଆରମ୍ଭ କରିଦେଲା। ପୁଣିଥରେ ତମନ୍ନାଙ୍କର ସାଙ୍ଗମାନେ ତା’ଉପରେ ନଜର ରଖିବା ପରେ ସେ ଧରା ପଡିଥିଲା ଏବଂ ଉକ୍ତ ଯୁବକ ଜଣଙ୍କ ସେହି କଲେଜ୍‌ର ବୋଲି ଜଣାପଡ଼ିଥିଲା।

ତା’ପରେ ତମନ୍ନା ତାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ତାଙ୍କ ବାଇକ୍‌କୁ ପଙ୍କ୍‌ଚର କରିବାରେ ଲାଗିଲେ। ସେ ୫-୬ ଥର ତାଙ୍କ ବାଇକ୍‌ ପଙ୍କ୍‌ଚର କରିବା ପରେ ସେହି ଯୁବକ ଜଣଙ୍କ ଆସି ତମନ୍ନାଙ୍କୁ ଚକୋଲେଟ୍‌ ଲଗାଉଥିଲେ ବୋଲି କ୍ଷମା ମାଗିଥିଲେ।

କଲେଜ ସମୟର ଏମିତି କିଛି ଖଟା ମିଠା ସ୍ମୃତି ଶେଆର କରିଛନ୍ତି ତମନ୍ନା। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ର ଏକ ଏପିସୋଡ୍‌ରେ ତମନ୍ନା ଏସବୁ କଥା କହିଛନ୍ତି।

ସେ ଆହୁରି କହିଥିଲେ, ସ୍କୁଲ୍‌ ସମୟରେ ସେ ବହୁତ ଚୁଲ୍‌ବୁଲି ଥିଲେ। ପାଠ ଭଲ ପଢୁଥିଲେ ଏବଂ ସ୍କୁଲ୍‌ର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏବଂ ଜିତୁ ଥିଲେ ମଧ୍ୟ। କିନ୍ତୁ ସ୍କୁଲ୍‌ରେ କେହି ଭାବି ନଥିଲେ ଯେ ସେ ଏପର୍ଯ୍ୟନ୍ତ ପହଞ୍ଚିଯିବେ ଏବଂ ଜଣେ ହିରୋଇନ୍‌ ହୋଇଯିବେ।

 



from Odisha Reporter https://ift.tt/2RlS90q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages