ହାତରେ ହାତ ମିଶାଇଲେ ପୁରୁଣା ପ୍ରତିଦ୍ୱନ୍ଦୀ ରବି ଓ ତାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ହାତରେ ହାତ ମିଶାଇଲେ ପୁରୁଣା ପ୍ରତିଦ୍ୱନ୍ଦୀ ରବି ଓ ତାରା

ଜୟପୁର (ଟି.ଗୌରି ଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଇଦାନରେ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଉଭା ହେଉଥିବା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି ଗୋଟିଏ ମଞ୍ଚରେ। ତାରା ବାହିନୀପତି ଏବେ କଂଗ୍ରେସ ଦଳରୁ ଜୟପୁର ବିଧାୟକ ଥିବା ବେଳେ ବିଜେଡିର ରବିନାରାୟଣ ନନ୍ଦ ହେଉଛନ୍ତି ପୂର୍ବତନ ବିଧାୟକ।

ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଭାବେ ଉଭା  ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଚାଲେ ଛକାପଞ୍ଝା। ସୁଯୋଗ ପାଇଲେ ପରସ୍ପରର ଦୋଷ ଦୁର୍ବଳତା ବଖାଣିବାରେ ପଛ ଘୁଞ୍ଚା ଦେଉ ନ ଥିବା ଏହି ୨ ନେତା ଏବେ ହାତକୁ ହାତ ମିଶାଇଛନ୍ତି। ଏକ କାର୍ଯ୍ୟକ୍ରମରେ ଜୟପୁରର ବିକାଶ ଲାଗି ଉଭୟ ଅଣ୍ଟା ଭିଡିଛନ୍ତି।

ଜୟପୁରରେ ଫେସବୁକ୍‌ ଗ୍ରୁପ ଅବିଭାଜିତ କୋରାପୁଟ ସମାଚାରର ଭେଟଘାଟ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ତାରା ଓ ରବି ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ଏହି ଭେଟଘାଟ କାର୍ଯ୍ୟକ୍ରମରେ ପରସ୍ପର ପ୍ରତି ଥିବା ଶତ୍ରୁତାକୁ ଭୁଲି କୋରାପୁଟ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ତାରାଙ୍କ ଠୁମକା ଦେଖିବାକୁ ମିଳିଥିଲା। ଯାହାକି ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା।

୨୦୧୯ ସାଧାରଣ ନିର୍ବାଚନରେ ତାରା ବାହିନୀ ପତି ଓ ରବି ନନ୍ଦ ପ୍ରତିଦ୍ୱନ୍ଦୀ ହୋଇଥିଲେ। ନିର୍ବାଚନରେ ତାରା ବାଜି ଜିତି ଯାଇଥିବା ବେଳେ ରବି ହାରି ଯାଇଥିଲେ।



from Odisha Reporter https://ift.tt/2G4tzMa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages