ଭୁବନେଶ୍ୱରରୁ ସୁରତ୍ ଉଡ଼ିଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ଭୁବନେଶ୍ୱରରୁ ସୁରତ୍ ଉଡ଼ିଲା ବିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିଲା ବିମାନ। ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆର ଏୟାର ବସ୍-୩୨୦ ଆଜି ସକାଳ ୮ଟା ୪୦ରେ ପ୍ରାୟ ୮୧ଜଣ ଯାତ୍ରୀଙ୍କୁ ନେଇ ସୁରତ ଅଭିମୁଖେ ଉଡ଼ାଣ ଭରିଥିଲା ।

ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ସୁରତ ଯିବ। ସେହିପରି ଶୁକ୍ରବାର ଓ ରବିବାର ସୁରତରୁ ଭୁବନେଶ୍ୱର ଅଭିମୁଖେ ଉଡ଼ିବ ବିମାନ । ଏଥିପାଇଁ  ସମୟ ମଧ୍ୟ ଧାର୍ଯ୍ୟ ହୋଇଯାଇଛି। ଭୁବନେଶ୍ୱରରୁ ସକାଳ ୮ଟା ୪୦ରୁ ବିମାନ ବାହାରି ସକାଳ ୧୦ଟା ୪୦ରେ ସୁରତରେ ପହଞ୍ଚିବ। ସେହିଭଳି ସୁରତରୁ ସକାଳ ୮ଟା ୪୦ରେ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା ୪୦ରେ ପହଞ୍ଚିବ।

ସୁରତକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ପରେ  ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏହି ଦାବି ପୂରଣ ହୋଇଥିବା ସେ କହିଛନ୍ତି।  ଆଜି ପ୍ରଥମ ଦିନରେ ବିମାନ ଯୋଗେ ସୁରତ ଯାଇଥିବା ଯାତ୍ରୀମାନେ ଖୁସି ପ୍ରକଟ କରିଛନ୍ତି।

ସୁରତ ପରେ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ଉଡ଼ିବ ବିମାନ। ଫେବୃଆରୀ ୨୯ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଏ ସମ୍ପର୍କରେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ବରୁଡ଼ ଭେଙ୍କଟେଶ୍ୱର ରାଓ ସୂଚନା ଦେଇଛନ୍ତି ।

ସପ୍ତାହର ସବୁ ଦିନ ଏହି ବିମାନ ଉଡ଼ିବ ବୋଲି ଜଣାପଡ଼ିଛି। ବାରାଣସୀ ଗୋଟିଏ ତୀର୍ଥସ୍ଥଳ ହୋଇଥିବାରୁ ଏହାଦ୍ୱାରା ଯାତ୍ରୀ ତଥା ପର୍ଯ୍ୟଟକ ବେଶ୍ ଉପକୃତ ହେବେ । ପୁରୀକୁ ଆସିବାରେ ମଧ୍ୟ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ସୁବିଧା ହେବ।

 



from Odisha Reporter https://ift.tt/365lGkd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages