ପୁଣି ହେବ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 5, 2020

ପୁଣି ହେବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ ୮ ଓ ୯ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି, ୮ ଓ ୯ ତାରିଖରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ାରେ ବର୍ଷା ହେବ। ସେହିପରି ୯ ତାରିଖରେ ମଧ୍ୟ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଶ୍ରୀ ବେହେରା କହିଛନ୍ତି, ବର୍ଷା ଛାଡ଼ିଯିବା ପରେ ୧୦ ତାରିଖଠାରୁ ପୁଣି ପାରଦ ଖସିବ ଓ ଶୀତ ଅନୁଭୂତ ହେବ। ଗତକାଲି ଅପେକ୍ଷା ଆଜି ରାଜ୍ୟର ସମସ୍ତ ସ୍ଥାନରେ ତାପମାତ୍ରା ସାମାନ୍ୟ କମିଛି। ସୋନପୁରରେ ସବୁଠାରୁ କମ୍  ତାପମାତ୍ରା ରହିଥିବା ରେକର୍ଡ କରାଯାଇଛି।  ସେଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୯ ଓ ଭବାନୀପାଟଣାରେ ୧୦.୪ ଡିଗ୍ରୀ ରହିଛି। ଆଜି ଅନୁଗୋଳ, ସୋନପୁର, ଚାନ୍ଦବାଲି, ଟିଟିଲାଗଡ଼, ଭବାନୀପାଟଣା ଓ କୋରାପୁଟରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/36sQ2yg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages