ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଜେଲ୍ରୁ ବାହାରିଛନ୍ତି। ସମୟସୀମା ରହିଛି ମାତ୍ର ୪ ଦିନ। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ପୁଞ୍ଜିଲାଲ୍ଙ୍କୁ ହାଇକୋର୍ଟ ୪ ଦିନିଆ ଜାମିନ ପ୍ରଦାନ କରିଛନ୍ତି।
ଏହି ସମୟରେ ପୁଞ୍ଜିଲାଲଙ୍କ ଉପରେ ଲାଗୁ ହୋଇଛି କଡ଼ା ସର୍ତ୍ତାବଳୀ। ଜାମିନ୍ ଅବଧି ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭେଟି ପାରିବେନି ପୁଞ୍ଜିଲାଲ୍। ସାକ୍ଷ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ କିମ୍ବା କୌଣସି କ୍ଷତି ପହଞ୍ଚାଇବାକୁ ସେ ଚେଷ୍ଟା କରିବେ ନାହିଁ। ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ବାଧ୍ୟ। ସେହିପରି ଜାମିନ ସମୟରେ ପୁଞ୍ଜିଲାଲ୍ଙ୍କ ଉପରେ ଥାନା ଅଧିକାରୀ ମଧ୍ୟ ନଜର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବେ ପୁଞ୍ଜିଲାଲ।
ଗତ ୧୨ ତାରିଖରେ ପୁଞ୍ଜିଲାଲ୍ ମା’ଙ୍କ ଶେଷକୃତ୍ୟ ପାଇଁ ଦିନିକିଆ ପାରୋଲ୍ରେ ଯାଇଥିଲେ।
from Odisha Reporter https://ift.tt/2RlWO3w
No comments:
Post a Comment