ଆରତିଙ୍କ କଥା ଜାଣି ଭାଉଜ କଶ୍ମୀରା ବି ଆଶ୍ଚର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ଆରତିଙ୍କ କଥା ଜାଣି ଭାଉଜ କଶ୍ମୀରା ବି ଆଶ୍ଚର୍ଯ୍ୟ

ମୁମ୍ବାଇ: ବିଗ୍‌ ବସ୍‌ ୧୩ର ଗତ ୱିକେଣ୍ଡ କା ବାର୍‌ ଏପିସୋଡ୍‌ ଦର୍ଶକଙ୍କ ପାଇଁ ବେଶ୍ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ଏହି ଏପିସୋଡ୍‌ରେ ଏକ ଟାସ୍କରେ ଘରର ସମସ୍ତ ପ୍ରତିଯୋଗୀ ଅତୀତରେ ନିଜ ନିଜ ସହ ଘଟିଥିବା ଘଟଣାକୁ ପ୍ରଥମଥର ପାଇଁ ଦର୍ଶକଙ୍କ ସାମ୍ନାରେ କହିଥିଲେ।  ନିଜ ଅତୀତ ବିଷୟରେ ସବୁଠୁ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ ଆରତି ସିଂହ। ସେ କହିଥିଲେ ଯେ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିଲା। ବର୍ତ୍ତମାନ ଏ ନେଇ ତାଙ୍କ ଭାଉଜ କଶ୍ମୀରା ଶାହଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଆରତି ସେଦିନ କହିଥିଲେ ଯେ ୧୩ ବର୍ଷ ବୟସରେ ତାଙ୍କ ଘରୋଇ ସହାୟକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତାଙ୍କ କବଳରୁ ବଞ୍ଚିବା ପାଇଁ ସେ ଦୁଇ ମହଲାରୁ ତଳକୁ ଡେଇଁପଡ଼ିଥିଲେ। ସେବେଠୁ ତାଙ୍କୁ ମଝିରେ ମଝିରେ ପ୍ୟାନିକ୍‌ ଆଟାକ୍‌ ଆସିଥାଏ। ଆରତିଙ୍କ ଏଭଳି ଖୁଲାସା ପରେ ‘ବିବି’ ହାଉସ୍‌ର ଅନ୍ୟ ସଦସ୍ୟ ଓ ଦର୍ଶକଙ୍କ ସହ ତାଙ୍କ ଭାଉଜ କଶ୍ମୀରା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଶ୍ମୀରା କହିଛନ୍ତି ଯେ ଏ ବିଷୟରେ ତାଙ୍କୁ କି ତାଙ୍କ ସ୍ୱାମୀ କୃଷ୍ଣ ଅଭିଷେକଙ୍କୁ କିଛି ବି ଜଣାନାହିଁ।

ସେ କହିଛନ୍ତି,“ଏସବୁ ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋତେ କି କୃଷ୍ଣଙ୍କୁ ଏ ବିଷୟରେ କିଛି ଜଣାନଥିଲା। ଏ ବିଷୟରେ ମୁଁ ଆରତିଙ୍କ ସହ କଥା ହେବି। ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଶୁଣି ମୁଁ ବହୁତ ଦଃଖିତ ଓ ଚିନ୍ତିତ ମଧ୍ୟ। ମୁଁ ସେହି ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବାକୁ ଚାହେଁ ଯିଏ ଆରତିଙ୍କ ସହ ଏଭଳି କରିବାକୁ ଚେଷ୍ଟା କରିଥିଲା। ମୁଁ ସବୁବେଳେ ପୀଡ଼ିତାଙ୍କ ପାଇଁ ଲଢ଼ିଥାଏ। ହେଲେ ମୋତେ ଜଣା ନଥିଲା ଯେ ମୋ ନିଜ ଘରେ ହିଁ ଜଣେ ପୀଡ଼ିତା ଅଛନ୍ତି।”

ସୂଚନାଯୋଗ୍ୟ, ଗତ ୱିକେଣ୍ଡ କା ବାର୍‌ ଏପିସୋଡ୍‌ରେ ଛପାକ୍‌ର ପ୍ରମୋସନ୍‌ ପାଇଁ ‘ବିଗ୍ ବସ୍‌’କୁ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ବିକ୍ରାନ୍ତ ମେସି ଆସିଥିଲେ। ସେମାନଙ୍କ ସହ ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ ମଧ୍ୟ ଆସିଥିଲେ। ଲକ୍ଷ୍ମୀ ସେଠାରେ ସମସ୍ତଙ୍କୁ ନିଜର କାହାଣୀ ଶୁଣାଇଥିଲେ। ଏହାପରେ ସେ ଏକ ଟାସ୍କ କରାଇଥିଲେ। ଏଥିରେ ସମସ୍ତ ପ୍ରତିଯୋଗୀଙ୍କୁ ଅତୀତର କିଛି ଘଟଣା ବିଷୟରେ କହିବାକୁ କୁହାଯାଇଥିଲା, ଯାହା ସେମାନଙ୍କ ସହିତ ଘଟିଥିଲା। ଏହି ଟାସ୍କରେ ସାମିଲ ହୋଇ ଆରତି ନିଜ ବିଷୟରେ ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।



from Odisha Reporter https://ift.tt/2tTSe3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages