ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଟଙ୍କିକିଆ କାର୍ଡ ଖେଳିଛି। ଦିଲ୍ଲୀରେ ବିଜେପି ସରକାର ଆସିଲେ ଦଳ ଏଠାରେ ଗରିବ ଲୋକଙ୍କ ଠାରୁ ପାଣି ଓ ବିଜୁଳି ପାଇଁ ମାତ୍ର ଟଙ୍କାଟିଏ ନେବ ବୋଲି ଘୋଷଣା କରିଛି।
ଏଥିସହ ଦିଲ୍ଲୀରେ ଦଳ ସହଯୋଗୀ ଶିରୋମଣି ଅକାଳୀ ଦଳକୁ ମାତ୍ର ୩ଟି ଆସନ ଛାଡ଼ିବ ଓ ହରିଆଣା ସହଯୋଗୀ ଜେଜେପି ସହ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ବୋଲି କହିଛି।
ପଶ୍ଚିମ ଦିଲ୍ଲୀ ବିଜେପି ସାଂସଦ ପରଭେଶ ସିଂହ ବର୍ମା କହିଛନ୍ତି, “ଯଦି ଆମେ ଏଠାରେ ଜିତିବୁ, ତା’ହେଲେ ଆମ ସରକାର ପାଣି ଓ ବିଜୁଳି ପାଇଁ ଗରିବ ଲୋକଙ୍କ ଠାରୁ ମାତ୍ର ଟଙ୍କାଟିଏ ଟୋକନ ଚାର୍ଜ ନେବ। ଦିଲ୍ଲୀବାସୀଙ୍କ ଆତ୍ମ ସମ୍ମାନ ପାଇଁ ଆମେ ଟଙ୍କାଟିଏ ନେବୁ।
ଆମେ କାହାକୁ ଦୟା କରି ମାଗଣା ସବୁ ଯୋଗାଇ ଦେବକୁ ବୋଲି କହିବୁ ନାହିଁ। ଏକଥା ଆମ ଘୋଷଣାପତ୍ରରେ ମଧ୍ୟ ରହିବ। ଏକାଥା ମୁଁ ଦଳର ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇ ସାରିଛି। ଆମେ ବିପିଏଲ ବର୍ଗଙ୍କ ସୁବିଧା ପାଇଁ ଏକାଧିକ ଯୋଜନା କରିବୁ।”
ଶିରୋମଣି ଅକାଳୀ ଦଳ ସମ୍ପର୍କରେ ମତଦେଇ ସେ କହିଛନ୍ତି, “ଆମ ସହଯୋଗୀ ଶିରୋମଣି ଅକାଳୀ ଦଳ ଦିଲ୍ଲୀରେ ୪ଟି ଆସନରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ଆମେ ତାଙ୍କୁ ୩ଟି ଆସନ ଦେବୁ ବୋଲି ନିଷ୍ପତ୍ତି ନେଇଛୁ।
ଦିଲ୍ଲୀରେ ଜେଜେପି ମଧ୍ୟ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛି। ହେଲେ ଏଠାରେ ତାଙ୍କର କୌଣସି ସଂଗଠନ ନାହିଁ। ତେଣୁ ଆମେ ଏଠାରେ ଜେଜେପି ସହ କୌଣସି ମେଣ୍ଟ କରିବୁ ନାହିଁ।”
ଦିଲ୍ଲୀ ବିଧାନସଭାର ୭୦ଟି ଆସନରୁ ଆପ ୬୭ଟି ଆସନ ଜିତିଥିବା ବେଳେ ବିଜେପି ୩ଟି ଆସନ ଜିତିଥିଲା। କଂଗ୍ରେସ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।
from Odisha Reporter https://ift.tt/2No3MCS
No comments:
Post a Comment