ଜେଏନୟୁ ହିଂସା ପଛରେ ଉଭୟ ବାମପନ୍ଥୀ ଓ ଏବିଭିପି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 6, 2020

ଜେଏନୟୁ ହିଂସା ପଛରେ ଉଭୟ ବାମପନ୍ଥୀ ଓ ଏବିଭିପି!

ନୂଆଦିଲ୍ଲୀ: ଜେଏନୟୁରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାର ତଦନ୍ତ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ଏହି ହିଂସାକାଣ୍ଡ ପାଇଁ ବାମପନ୍ଥୀ ଛାତ୍ର ସଂଗଠନ ଏବିଭିପି ଗୋଷ୍ଠୀଙ୍କୁ ଦାୟୀ କରିଛି। ସେହିପରି ଏବିଭିପି ମଧ୍ୟ ପାଲଟା ଅଭିଯୋଗ କରିଛି। ଏସବୁ ଭିତରେ ପୁଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି।

ଏଥିରେ ଜେଏନୟୁ ହିଂସାକାଣ୍ଡ ପାଇଁ ଉଭୟ ବାମପନ୍ଥୀ ଓ ଏବିଭିପି ଗୋଷ୍ଠୀ ସାମିଲ ଥିବା ଜଣାପଡ଼ିଛି। ଉଭୟ ଗୋଷ୍ଠୀ ଜେଏନୟୁରେ ଭଙ୍ଗାରୁଜା କରିବା ସହ ବାହାରର ଗୁଣ୍ଡାମାନଙ୍କୁ କ୍ୟାମ୍ପସକୁ ଆଣିଥିଲେ ବୋଲି ରିପୋର୍ଟ ମିଳିଛି। ଦିଲ୍ଲୀ ପୁଲିସ୍‌ ସୋମବାର କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ଏଭଳି ତଥ୍ୟ ହାସଲ କରିଛି।

ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବାହାର ଲୋକଙ୍କୁ କ୍ୟାମ୍ପସକୁ ଅଣାଯାଇଥିଲା। ସିସିଟିଭି ଫୁଟେଜ ଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ପୁରୁଷ ଓ ମହିଳା ଦୁର୍ବୃତ୍ତମାନେ ଜେଏନୟୁ କ୍ୟାମ୍ପସରେ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମାଡ଼ ମାରିଥିଲେ। ଏହାପରେ ସେମାନେ କ୍ୟାମ୍ପସର ସମ୍ପତ୍ତିକୁ ମଧ୍ୟ ନଷ୍ଟ କରିଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଦୁର୍ବୃତ୍ତମାନେ କ୍ୟାମ୍ପସରେ ଆତଙ୍କରାଜ କରିଥିଲେ।

ତଦନ୍ତକାରୀ ସଂସ୍ଥା ଘଟଣା ଦିନର ଭିଡିଓକୁ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ଲାଗିଛି। ଏହାବାଦ କିଛି ଭାଇରାଲ ହ୍ୱାଟସଆପ ଚାଟ୍‌କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି। ହ୍ୱାଟସଆପ ଜରିଆରେ ମେସେଜ କରିଥିବା ସମସ୍ତଙ୍କୁ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଖୁବଶୀଘ୍ର ସେମାନଙ୍କୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2QQNt2u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages