ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି ସମର୍ଥନ କରୁଥିବା ବେଳେ ଆଉ କେହି ବିରୋଧ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନଙ୍କ ମତ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ରହିଛି। କିଛି ସେଲେବ୍ରିଟି ଏହାକୁ ବିରୋଧ କରି ଟ୍ୱିଟରରେ ପ୍ରତିକ୍ରିୟା ଦେଉଥିବା ବେଳେ ଆଉ କେହି ରାଜରାସ୍ତାକୁ ବି ଓହ୍ଲାଇଛନ୍ତି। ତେବେ ରବିବାର ଦିନ ଜନ ଅଧିକାର ପାର୍ଟି ନେତା ପପ୍ପୁ ଯାଦବ ସିଏଏକୁ ବିରୋଧ କରି ନିଜ ଟ୍ୱିଟର ଆକାଉଣ୍ଟରେ ମତ ରଖିଥିବା ବେଳେ ଏଥିରେ ସିଧାସଳଖ ବଲିଉଡ୍ ଗାୟକ ଅଦ୍ନାନ ସାମୀଙ୍କୁ ଟାର୍ଗେଟ୍ କରିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଟ୍ୱିଟରରେ କଥା କଟାକଟି ହୋଇଛି।
अदनान सामी का नाम जानते हैं,पाकिस्तानी गायक,उन्हें मोदी सरकार ने 1Jan2016 को भारत की नागरिकता दी।
अब आप बताईये जब एक पाकिस्तानी मुस्लिम को नागरिकता दी सकती थी,पहले भी हर शरणार्थी को नागरिकता देने का कानून था। तो #CAA किसलिए?आपको अपने ही देश में शरणार्थी बनाने के लिए आया है CAA।
— Sewak Pappu Yadav (@pappuyadavjapl) January 5, 2020
ପପ୍ପୁ ଲେଖିଥିଲେ, ‘ଅଦନାନ୍ ସାମୀଙ୍କୁ ଜାଣନ୍ତି, ପାକିସ୍ତାନୀ ଗାୟକ, ତାଙ୍କୁ ମୋଦି ସରକାର ୨୦୧୬ ଜାନୁଆରୀ ୧ରେ ଭାରତୀୟ ନାଗରିକତା ଦେଇଥିଲେ। ଏବେ ଆପଣ ହିଁ କୁହନ୍ତୁ ଯଦି ଜଣେ ପାକିସ୍ତାନୀ ମୁସଲମାନଙ୍କୁ ନାଗରିକତା ଦିଆଯାଇପାରିଲା ଓ ପୂର୍ବରୁ ପ୍ରତ୍ୟେକ ସରଣାର୍ଥୀଙ୍କୁ ନାଗରିକତା ଦେବାର ନିୟମ ଥିଲା, ତା’ହେଲେ ‘ସିଏଏ’ କ’ଣ ପାଇଁ? ଆପଣଙ୍କୁ ନିଜ ଦେଶରେ ହିଁ ଶରଣାର୍ଥୀ କରି ରଖିବା ପାଇଁ ଆସିଛି ‘ସିଏଏ’।”
Dear Pappu,
You evidently do not know the details & facts about my citizenship. Either do your research and get your facts right or be quiet so that your ignorance is not exposed like just now!! Your tweet is absolutely WRONG & full of misinformation!! Jai Hind! https://t.co/4o62IZtcf1— Adnan Sami (@AdnanSamiLive) January 5, 2020
ଏହାର ଜବାବରେ ଅଦ୍ନାନ ଟ୍ୱିଟ୍ କରି ଲେଖିଥିଲେ, “ଆପଣ ମୋ ନାଗରିକତା ବିଷୟରେ ସବିଶେଷ ତଥ୍ୟ ଜଣାନାହିଁ। ଆପଣ ଆଗ ରିସର୍ଚ୍ଚ କରନ୍ତୁ ଓ ଠିକ୍ ତଥ୍ୟ ଉପସ୍ଥାପନ କରନ୍ତୁ ନ ହେଲେ ଚୁପ୍ ରୁହନ୍ତୁ। ତା’ହେଲେ ଆପଣଙ୍କ ଅଜ୍ଞାନ ପଦରେ ପଡ଼ିବ ନାହିଁ। ଆପଣଙ୍କ ଟ୍ୱିଟ୍ ସମ୍ପୁର୍ଣ୍ଣ ଭୁଲ୍ ଓ ଭୁଲ୍ ସୂଚନାରେ ପରିପୂର୍ଣ୍ଣ। ଜୟ ହିନ୍ଦ୍।”
अदनान सामी जी,गायक हो,चाटुकार मत बनो। तथ्य पर बात करो। आप पाकिस्तानी थे,आप एक मुसलमान हैं,मोदी सरकार के समय 1Jan 2016 को नागरिकता आपको मिली या,नहीं?
जब आपको नागरिकता मिल सकती थी, तो अन्य पाकिस्तानी हिन्दू, सिख, ईसाई शरणार्थी को भी मिल सकती थी? फिर नागरिकता संशोधन कानून क्यों? https://t.co/OOMM3ViXQG
— Sewak Pappu Yadav (@pappuyadavjapl) January 6, 2020
ତେବେ ଏହି ତର୍କର ଅନ୍ତ ଏତିକିରେ ଶେଷ ହୋଇ ନଥିଲା। ପପୁ ଯାଦବ ଆଦୌ ଚୁପ୍ ବସିବା ଲୋକ ନୁହନ୍ତି। ସେ ତୁରନ୍ତ ଜବାବ ଦେଇଥିଲେ। ସେ ଲେଖିଥିଲେ, ‘ଆଦନାନ୍ ସାମୀ ଜୀ, ଗାୟକ ହୋଇ ରୁହନ୍ତୁ, ଚାଟୁକାର ହୁଅନ୍ତୁ ନାହିଁ। ତଥ୍ୟ ଉପରେ ହିଁ କଥା କୁହନ୍ତୁ। ଆପଣ ପାକିସ୍ତାନୀ ଥିଲେ, ଆପଣ ଜଣେ ମୁସଲମାନ୍। ମୋଦି ସରକାରଙ୍କ ସମୟରେ ୨୦୧୬ ଜାନୁଆରୀ ୧ରେ ଆପଣଙ୍କୁ ଭାରତୀୟ ନାଗରିକତା ମିଳିଛି ନା ନାହିଁ? ଯଦି ଆପଣଙ୍କୁ ନାଗରିକତା ମିଳିସାରିଛି, ତା’ହେଲେ ଅନ୍ୟ ପାକିସ୍ତାନୀ ହିନ୍ଦୁ, ଶିଖ୍ ଓ ଈଶାଇ ଶରଣାର୍ଥୀମାନଙ୍କୁ ମଧ୍ୟ ନରଗରିକତା ଦିଆଯାଇପାରିଥା’ନ୍ତା? ତା’ହେଲେ ଏହି ସଂଶୋଧନ ନିୟମ କ’ଣ ପାଇଁ?”
ସୂଚନାଯୋଗ୍ୟ, ଅଦନାନ୍ ବ୍ରିଟେନ୍ରେ ଜନ୍ମ ହୋଇଥିଲେ। ସେ ପାକିସ୍ତାନର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଏହା ପୂର୍ବରୁ କାନାଡ଼ାର ନାଗରିକ ଥିଲେ। ୨୦୧୬ରେ ମୋଦି ସରକାରଙ୍କ କାର୍ଯ୍ୟକାଳରେ ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ତିନି ବର୍ଷ ହେଲାଣି ଭାରତରେ ରହୁଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ବି ରହୁଛନ୍ତି। ପାକିସ୍ତାନରେ ତାଙ୍କ ପ୍ରଥମ ପତ୍ନୀ ଜେବା ବଖ୍ତିଆର୍ ଓ ପୁଅ ଏଜାନ୍ ସାମୀ ଖାନ୍ ରହୁଛନ୍ତି।
from Odisha Reporter https://ift.tt/2QwDCQ8
No comments:
Post a Comment