ମାରିଦେଲା ପ୍ରେମ: ବାହାଘର ହୋଇଥାନ୍ତା, ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ମାରିଦେଲା ପ୍ରେମ: ବାହାଘର ହୋଇଥାନ୍ତା, ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ଲଖନା ଥାନା ଅର୍ନ୍ତଗତ ବଙ୍ଗାମୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।  ଗାଁର ଆଲୋକ କୁମାର ସାହୁ ନଭେମ୍ୱର ୧୦ ତାରିଖରେ ବାହା ହୋଇ ଥାଆନ୍ତେ। ଏଥିପାଇଁ ସେ ୭ ତାରିଖ ଦିନ ସେ ତାଙ୍କ ବନ୍ଧୁବାନ୍ଧବଙ୍କୁ ବାହାଘର କାର୍ଡ ଦେବାକୁ  ଯାଇଥିଲେ। ସେ କାର୍ଡ ବାଣ୍ଟି  ସନ୍ଧ୍ୟାରେ ଗାଁକୁ ଫେରିବା ବେଳେ ତାଙ୍କ ଉପରକୁ କେହି ଏସିଡ୍‌ ଫୋପାଡ଼ି ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର  କରାଯାଇଥିଲା। ହେଲେ ୩ ମାସ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଏକ ପ୍ରେମ ବ୍ୟାପାରକୁ ନେଇ ଏହି ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି। ଆଲୋକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ହେଲେ ଆଲୋକଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ୍‌ ହୋଇଥିଲା। ବାହାଘରକୁ ୩ ଦିନ ବାକି ଥିବାରୁ ସେ ବାହାଘର କାର୍ଡ ବାଣ୍ଟି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଁ ପୋଖରୀ ନିକଟରେ ତାଙ୍କୁ କେହି ଏସିଡ ମାଡ ହୋଇଥିଲା। ଯୁବକଙ୍କ ଅନ୍ୟତ୍ର ବିବାହ ଠିକ୍‌ ହୋଇଥିବାରୁ ପ୍ରେମିକାଙ୍କ ସହ ମିଶି ଅନ୍ୟ ୨ ଜଣ ତାଙ୍କୁ ଏସିଡ୍‌ ଫୋପାଡ଼ିଥିଲେ। ତେବେ ପୂରା ଷଡ଼ଯନ୍ତ୍ରରେ ୬ ଜଣ ସମ୍ପୃକ୍ତ ଥିବାରୁ ପୁଲିସ ତାଙ୍କୁ  ଗିରଫ କରି କୋର୍ଟ ଚଲାଣ କରିଛି। ଏହି ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଏଯାଏ ଗିରଫ କରା ଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ପୁଲିସର ମତାମତ ମିଳିପାରି ନାହିଁ।



from Odisha Reporter https://ift.tt/36OBnN0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages