ସିଏଏ ବିରୋଧୀଙ୍କୁ ଦଳିତ ବିରୋଧୀ ସଜାଇଲେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ସିଏଏ ବିରୋଧୀଙ୍କୁ ଦଳିତ ବିରୋଧୀ ସଜାଇଲେ ଶାହ

ହୁବ୍ବାଲି: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅର୍ଥ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ସହ ସମାନ। ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନେ ଦଳିତ ବିରୋଧୀ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏଥିସହ ସେ ସିଏଏର ଓକିଲାତି କରି ମୁସଲିମ ସଂପ୍ରଦାୟର ଲୋକଙ୍କୁ ଭୟଭୀତ ନ ହେବାକୁ କହିଛନ୍ତି। ସିଏଏ କେବଳ ନାଗରିକ ଦେବା ପାଇଁ, ସିଏଏ କେବେ କାହାର ନାଗରିକତା ନେବନାହିଁ ବୋଲି ଶାହ ପୁଣିଥରେ ଆଶ୍ୱସନା ଦେଇଛନ୍ତି।

କର୍ଣ୍ଣାଟକାରେ ଆୟୋଜିତ ବିଜେପିର ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରୁ ୭୦% ହେଉଛନ୍ତି ଦଳିତ ସଂପ୍ରଦାୟର। ତେଣୁ ସେମାନଙ୍କୁ ନାଗରିକତା ଦେବାକୁ ମନା କରିବା ଅର୍ଥ ଦଳିତଙ୍କୁ ବିରୋଧ କରିବା ସହ ସମାନ।

ମୁଁ କେବଳ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ, ସେମାନେ ଗରିବ ଦଳିତଙ୍କ ବିରୋଧରେ ଆନ୍ଦୋଳନ କରି କ’ଣ ଲାଭ ପାଇବେ?”

ଆଇନ୍‌ରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ମୁସଲିମମାନଙ୍କୁ ଭାରତର ନାଗରିକତା ମିଳିବ ନାହିଁ ବୋଲି କୁହାଯାଇଛି। ହେଲେ ଶାହ କହିଛନ୍ତି, “ଭାରତରେ ଥିବା ମୁସଲିମମାନଙ୍କର ଏହି ଆଇନ ଦ୍ୱାରା କୌଣସି କ୍ଷତି ହେବନାହିଁ। କଂଗ୍ରେସରର ରାହୁଲ ଗାନ୍ଧିଙ୍କୁ ମୁଁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି।

ସେ ସିଏଏ ଦ୍ୱାରା ମୁସଲିମାନଙ୍କ ନାଗରିକତା ଚାଲିଯିବ ବୋଲି ପ୍ରମାଣ କରି ଦେଖାଇ ପାରିବେ କି? ପ୍ରଥମେ ଆଇନକୁ ଭଲ ଭାବେ ପଢ଼ନ୍ତୁ। ଏହାପରେ ଏହି ଆଇନ ଦ୍ୱାରା ଭାରତୀୟ ମୁସଲିମଙ୍କ ନାଗରିକତା ଯିବ କି ନାହିଁ, ତା’ର ବିଚାର କରନ୍ତୁ। ଯଦି ତଥାପି ଆପଣଙ୍କ ମନଭରୁ ନାହିଁ, ତା’ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆପଣଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ରହିଛନ୍ତି।”



from Odisha Reporter https://ift.tt/30wXS7V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages