କଶ୍ମୀର ପଣ୍ଡିତ ପାଳିଲେ ବାସନ୍ଦାଦେଶର ବର୍ଷପୂର୍ତ୍ତି, କହିଲେ ଆମେ ପୁଣି ଫେରିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

କଶ୍ମୀର ପଣ୍ଡିତ ପାଳିଲେ ବାସନ୍ଦାଦେଶର ବର୍ଷପୂର୍ତ୍ତି, କହିଲେ ଆମେ ପୁଣି ଫେରିବୁ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୃଷ୍ଟି ହୋଇଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ସମୟରେ ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇ ଉପତ୍ୟକା ଛାଡ଼ିଥିବା କଶ୍ମୀର ପଣ୍ଡିତମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ବାସନ୍ଦାଦେଶର ୩୦ ବର୍ଷପୂର୍ତ୍ତି ଅବସରରେ ସେମାନେ ନିଜ ନିଜର ସଂଘର୍ଷର କାହାଣୀ କହିଛନ୍ତି। ଏଥିସହ ସୋଶାଲ ମିଡିଆରେ ଆମେ ପୁଣି ଫେରିବୁ ବୋଲି ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି।

#HumWapasAayenge ନାଁରେ କଶ୍ମୀର ପଣ୍ଡିତମାନେ ସୋଶାଲ ମିଡିଆରେ ବର୍ଷପୂର୍ତ୍ତିକୁ ପାଳନ କରିଛନ୍ତି। ସେମାନେ ସୋଶାଲ ମିଡିଆରେ କଶ୍ମୀରରୁ ସେମାନଙ୍କୁ କେମିତି ବିଦା କରାଯାଇଥିଲା ଓ ସେମାନେ ପୁଣି ଫେରିବେ ବୋଲି କହିଛନ୍ତି। ଏଥିସହ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଏକ ବଲିଉଡ୍‌ ଫିଲ୍ମର ଭିଡିଓ କ୍ଲିପ ମଧ୍ୟ ସେମାନେ ଶେୟାର କରୁଛନ୍ତି।

@Deshi_Baazigar ପକ୍ଷରୁ ଏକ ବସ୍‌ ଟିକେଟର ଫଟୋ ଶେୟାର କରାଯାଇଛି। ଏହି ଟିକେଟକୁ ଜଣେ ବ୍ୟକ୍ତି ୧୯୯୦ ଜାନୁଆରୀ ୧୯ରେ ଶ୍ରୀନଗର ଠାରୁ ଜମ୍ମୁ ଯିବା ପାଇଁ କାଟିଥିଲେ। ଏହି ସମୟରେ ହିଁ କଶ୍ମୀର ପଣ୍ଡିତଙ୍କୁ କଶ୍ମୀରରୁ ବିଦା କରାଯାଇଥିଲା ବୋଲି ଏଥିରେ କୁହାଯାଇଛି।

ପାରସ ଭଟ୍ଟ ନାମକ ଜଣେ ବ୍ୟକ୍ତି ଟ୍ୱିଟ କରି କହିଛନ୍ତି, “ଆମେ ଏବେ ବି ଆମ ଘରକୁ ଫେରିବୁ ବୋଲି ଆଶା କରିଛୁ। ଆମକୁ ସେଠାରୁ ଆସିବାର ଦଶନ୍ଧି ପରେ ଦଶନ୍ଧି ବିତି ଗଲାଣି। ହେଲେ ଏବେ ବି ଆମ କଷ୍ଟ ଓ ଆଖିର ଲୁହ ଶୁଖିନାହିଁ। ଆମେ ଆମର ପରିଚୟ, ସଂସ୍କୃତି ଓ ଜନବସିତି ଛାଡ଼ି ଆସିବାକୁ ବାଧ୍ୟ ହୋଇଥିଲୁ।”

କଶ୍ମୀର ପଣ୍ଡିତମାନେ ଉପତ୍ୟକାରୁ ବିଦା ହେବା ପରେ ଶରଣାର୍ଥୀ ଭାବେ ଜୀବନ କାଟୁଛନ୍ତି। କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କଶ୍ମୀର ପଣ୍ଡିତମାନେ ରହିଛନ୍ତି। ସେମାନେ ମଧ୍ୟ ୩୦ ବର୍ଷର ପୂର୍ତ୍ତି ଅବସରରେ ନିଜର ଦୁଃଖ ବର୍ଣ୍ଣନା କରିବାକୁ ପଛାଇ ନାହାନ୍ତି।

@BhawnaKak ଲେଖିଛନ୍ତି, “ମୁଁ ଜାଣିଛି କଶ୍ମୀର ପଣ୍ଡିତ ଭାବେ ଆମେ ଆଘାତ ପାଇଛୁ। ଆମକୁ ସେଠାରୁ ତଡ଼ି ଦିଆଗଲା। ଆମେ କେବେ ହେଲେ କଶ୍ମୀର ମୁସଲିମଙ୍କ କ୍ଷତି ଚାହିଁନାହୁଁ। ଆମେ କେବଳ ସମ୍ମାନ ସହ ଉପତ୍ୟକାକୁ ଫେରିବାକୁ ଚାହୁଁଛୁ। ଆମେ କେବେ ହେଲେ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିନାହୁଁ।”

ହାଇଦ୍ରାବାଦରେ ରହୁଥିବା ରାଜେଶ ରାଇନା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଅନନ୍ତନାଗରେ ତାଙ୍କ ଘର ଥିବା ସ୍ଥାନଟି କେଉଁଭଳି ଧ୍ୱଂସବିଧ୍ୱସ୍ତ ହୋଇଯାଇଛି, ତା’ର ଚିତ୍ର ସେ ବୟାନ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି, “ଅନନ୍ତନାଗରେ ଥିବା ଆମ ଘର ଏବେ ଆତଙ୍କବାଦୀଙ୍କ ଦ୍ୱାରା ଧ୍ୱଂସ କରିଦିଆଯାଇଛି। ଆମକୁ ସେଠାରୁ ବିଦା କରାଯାଇଥିଲା।

ଏହାପରେ ସେମାନେ ଆମ ଘରକୁ ଲୁଟ କରିବା ସହ ନିଆଁ ଲଗାଇ ଦେଇଥିଲେ। ଆମର ଆଶା ଆମେ ସମ୍ମାନର ସହ ପୁଣିଥରେ ଫେରିବୁ।”

କଶ୍ମୀର ପଣ୍ଡିତଙ୍କ ବ୍ୟତୀତ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ଏ ସମ୍ପର୍କରେ ଟ୍ୱିଟ କରିଛନ୍ତି। ସମସ୍ତେ କଶ୍ମୀର ପଣ୍ଡିତମାନେ ପୁଣି ଉପତ୍ୟକାକୁ ଫେରିବା ଦରକାର ବୋଲି ମତ ଦେଇଛନ୍ତି।



from Odisha Reporter https://ift.tt/36cZOnn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages