ହଲିଉଡ୍‌ ଫିଲ୍ମର ରିମେକ୍‌ରେ ରୁଷି ଓ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

ହଲିଉଡ୍‌ ଫିଲ୍ମର ରିମେକ୍‌ରେ ରୁଷି ଓ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍’ ବକ୍ସ ଅଫିସ୍‌ରେ ଏତେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। କିନ୍ତୁ ଏହାର କାହାଣୀ ଦର୍ଶକ ଓ ସମାଲୋଚକଙ୍କ ମନକୁ ଛୁଇଁଛି। ଆଉ ୟା ଭିତରେ ଦୀପିକାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣା ହୋଇଯାଇଛି। ଏଥିରେ ତାଙ୍କୁ ରୁଷି କପୁରଙ୍କ ସହ ଦେଖିବାକୁ ମିଳିବ।

ସୂଚନା ଅନୁଯାୟୀ, ରୁଷି ଓ ଦୀପିକାଙ୍କ ଏହି ଫିଲ୍ମଟି ୨୦୧୫ରେ ଆସିଥିବା ହଲିଉଡ୍‌ ଫିଲ୍ମ ‘ଦ ଇଟର୍ନ’ର ହିନ୍ଦୀ ରିମେକ୍‌ ହେବ। ‘ଦ ଇଟର୍ନ’ରେ ଏନି ହ୍ୟାଥୱେ ଓ ରବର୍ଟ ଡି ନିରୋ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଦୀପିକା ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ପରବର୍ତ୍ତୀ ଫିଲ୍ମକୁ ନେଇ ଉତ୍ସାହିତ ଅଛି।  ‘ଦ ଇଟର୍ନ’ର ଭାରତୀୟ ଆଡାପ୍‌ସନ୍ ୨୦୨୧ରେ ରିଲିଜ୍‌ ହେବ।

‘ଦ ଇଟର୍ନ’ ବିଷୟରେ ଦୀପିକା କହିଛନ୍ତି ଯେ ଏହି ଫିଲ୍ମଟି ଏକ ଇଣ୍ଟିମେଟ୍‌ ରିଲେସନ୍‌ଶିପ୍‌ ଉପରେ ଆଧାରିତ। ସେ ଆହୁରି କହିଛନ୍ତି ଯେ ତାଙ୍କୁ ଏହି ଫିଲ୍ମଟି ବର୍ତ୍ତମାନ ସମୟରେ ବେଶ୍‌ ପ୍ରାସଙ୍ଗିକ ଲାଗୁଛି। ଏହା ଏକ ଲାଇଟ୍‌ କମେଡ଼ି ଡ୍ରାମା ଫିଲ୍ମ, ଯାହାକୁ ଦୀପିକା ବହୁ ଦିନରୁ କରିବାକୁ ଚାହୁଁଥିଲେ। ସୂଚନାଯୋଗ୍ୟ, ଦୀପିକା ଏହି ଫିଲ୍ମରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ମଧ୍ୟ କରିବେ।

ଅନ୍ୟପକ୍ଷରେ ଦୀପିକାଙ୍କ ସହ ପ୍ରମଥର ପାଇଁ ସ୍କ୍ରିନ୍‌ ଶେଆର୍ କରିବାକୁ ଯାଉଥିବା ରୁଷି କପୁର ଟ୍ୱିଟ୍‌ କରି ଲେଖିଛନ୍ତି, “ଦୀପିକାଙ୍କ ସହ ଆଉ ଏକ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଆଜିକାର ସମୟରେ ‘ଦ ଇଟର୍ନ’ ଏକ ବେଶ୍ ପ୍ରାସଙ୍ଗିକ ଫିଲ୍ମ। ଏଥିରେ ମଣିଷର ସମ୍ପର୍କକୁ ସୁନ୍ଦର ଭାବେ ଦେଖା ଯାଇଛି। ମୁଁ ଦୀପିକାଙ୍କ ସହ କାମ କରିବା ପାଇଁ ବେଶ୍ ଉତ୍ସାହିତ ଅଛି।”



from Odisha Reporter https://ift.tt/2O7tgEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages