କୂଅକୁ ଖସିଲା ବସ୍, ୨୬ ଛୁଇଁଲା ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 28, 2020

କୂଅକୁ ଖସିଲା ବସ୍, ୨୬ ଛୁଇଁଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ନାଶିକ୍‌ଠାରେ ବସ୍‌ ଓ ଅଟୋ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬ ଛୁଇଁଛି। ଉଭୟ ବସ୍‌ ଓ ଅଟୋ କୂଅ ଭିତରେ ପଡ଼ିଯାଇଥିଲେ। ତେବେ ବସ୍‌ ଓ ଅଟୋକୁ କୂଅ ଭିତରୁ ବାହାର କରାଯିବା ଫଳରେ ଅଧିକ ସଂଖ୍ୟାରେ ଶବ ଉଦ୍ଧାର କରାଯାଇପାରିଛି।

ପୁଲିସ୍‌ ସୂଚନା ଅନୁଯାୟୀ ୩୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଏକ ରାଜ୍ୟ ପରିବହନ ପରିଚାଳିତ ବସ୍‌ ଏକ ଅଟୋ ସହ ମୁହାଁମୁହିଁ ହୋଇଥିଲା। ଫଳରେ ମେଶି ଘାଟଠାରେ ଏହି ଦୁଇ ଗାଡ଼ି ଏକ ରାସ୍ତାକଡ଼ କୂଅରେ ପଡ଼ିଯାଇଥିଲା।

ନାଶିକ ଡିଏସ୍‌ପି (ଗ୍ରାମୀଣ) ସଦାଶିବ ୱାଘମରେ କହିବା ଅନୁଯାୟୀ, ବର୍ତ୍ତମାନ ଯାଏ ଆମେ ୧୫ ଶବ କୂଅରୁ ବାହାର କରିସାରିଲୁଣି। ଆହତଙ୍କୁ ମାଲେଗାଓଁ ଏବଂ ଦେଓଲାସ୍ଥିତ ସରକାରୀ ହସ୍ପିଟାଲକୁ ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏହି ବସ୍‌ଟି ଧୁଲେ ଜିଲ୍ଲାରୁ କଳୋୱାଁ ଆଡ଼କୁ ଯାଉଥିଲା। ଅନ୍ୟପକ୍ଷରେ ଅଟୋଟି ବିପରୀତ ଦିଗରୁ ଆସୁଥିଲା। ଏହି ଦୁଇ ଗାଡ଼ି ମୁହାଁମୁହିଁ ହେବାରୁ ବସ୍‌ ଚାଳକ ନିୟନ୍ତ୍ରଣ ହରାଇ ବସିଥିଲେ, ଫଳରେ ଉଭୟ ବସ୍‌ ଏବଂ ଅଟୋ କୂଅରେ ପଡ଼ିଯାଇଥିଲା।



from Odisha Reporter https://ift.tt/2U5LLO0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages