ଆତ୍ମହତ୍ୟା କରିଛନ୍ତି ୧୩ ହଜାର ବେକାର ଓ ୧୦ ହଜାର ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 9, 2020

ଆତ୍ମହତ୍ୟା କରିଛନ୍ତି ୧୩ ହଜାର ବେକାର ଓ ୧୦ ହଜାର ଚାଷୀ

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ, ମେଘାଳୟ, ଗୋଆ, ଚଣ୍ଡିଗଡ଼, ଡାମନ ଡିଉ, ଦିଲ୍ଲୀ, ଲାକ୍ଷା ଦ୍ୱୀପପୁଞ୍ଜ ଏବଂ ପୁଡୁଚେରୀରେ ୨୦୧୮ରେ କୌଣସି ଚାଷୀ, ବିଲରେ କାମ କରୁଥିବା ମଜୁରିଆ ଆତ୍ମହତ୍ୟା କରି ନାହାନ୍ତି। ତେବେ ଏହି ବର୍ଷ ପ୍ରାୟ ୧୩ ହଜାର ବେକାର ଓ ୧୦ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ଦେଶରେ ଚାଷୀ ଆତ୍ମହତ୍ୟା ଅପେକ୍ଷା ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି। ଦେଶରେ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଥିପାଇଁ ବେରୋଜଗାରୀ ବଢ଼ୁଛି। ଆଉ ଏହି ବେରୋଜଗାର କାରଣରୁ ପ୍ରତି ୨ ଘଣ୍ଟାରେ ଦେଶର ୩ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଏନସିଆରବି ଏହି ରିପୋର୍ଟ ପ୍ରକାଶ କରିଛି।

ଏନସିଆରବିର ତଥ୍ୟ ଅନୁଯାୟୀ ୨୦୧୮ରେ ମୋଟ୍ ୧୨ ହଜାର ୯୩୬ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ସେହିପରି ଚାଷରେ କ୍ଷତି ଓ ଋଣ ବୋଝ ସମ୍ଭାଳି ନପାରି ୧୦ ହଜାର ୩୪୯ ଜଣ ଆତ୍ମହତ୍ୟା କରିଛନ୍ତି।

୨୦୧୭ରେ ଦେଶର ୧୨ ହଜାର ୨୪୧ ଜଣ ଲୋକ ବେରୋଜଗାର ଜନିତ କାରଣ ପାଇଁ ଆତ୍ମହତ୍ୟା କରିଥିବା ବେଳେ ୧୦ ହଜାର ୬୫୫ ଜଣ ଚାଷୀ ଚାଷରେ କ୍ଷତି ସହିନପାରି ଆତ୍ମହତ୍ୟା କରିଛନ୍ତି।

୨୦୧୬ରେ କିନ୍ତୁ ବେରୋଜଗାର ତୁଳନାରେ ଚାଷୀ ଅଧିକ ଆତ୍ମହତ୍ୟା କରିଛନ୍ତି। ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ୧୧ ହଜାର ୧୭୩ ରହିଥିବା ବେଳେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୧ ହଜାର ୩୭୯ ଥିଲା। ୨୦୧୫ରେ ବେରୋଜଗାର ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାର ୯୧୨ ଥିବାବେଳେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୨୬୦୨ ରହିଛି।

ଏନସିଆରବି ୨୦୧୫ ପାଖରୁ ୨୦୧୮ ରିପୋର୍ଟକୁ ସମୀକ୍ଷା କରି କହିଛି ଯେ, ୨୦୧୮ରେ ପ୍ରତିଦିନ ୩୫ ଜଣ ଲୋକ, ୨୦୧୭ରେ ପ୍ରାୟ ୩୪ ଜଣ ଏବଂ ୨୦୧୬ରେ ୩୦ ଜଣ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଛନ୍ତି।

ସେହିପରି ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ୮୨ ପ୍ରତିଶତ ଜଣ ପୁରୁଷ ରହିଛନ୍ତି। କେରଳରେ ସର୍ବାଧିକ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଥିବାବେଳେ ଦ୍ୱିତୀୟରେ ତାମିଲନାଡୁ, ତୃତୀୟରେ ମହାରାଷ୍ଟ୍ର, ଚତୁର୍ଥରେ କର୍ଣ୍ଣାଟକ ଏବଂ ପଞ୍ଚମରେ ଉତ୍ତର ପ୍ରଦେଶ ରହିଛି।



from Odisha Reporter https://ift.tt/2QZealw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages