ଟାଇଗରଙ୍କୁ ଧୋକା ଦେଲେ ଦିଶା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 9, 2020

ଟାଇଗରଙ୍କୁ ଧୋକା ଦେଲେ ଦିଶା !

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରୋଫ୍‌ ଓ ଅଭିନେତ୍ରୀ ଦିଶା ପଟାନୀ କେବେ ସେମାନଙ୍କ ସଂପର୍କ ବିଷୟରେ ଖୋଲାଖୋଲି କିଛି କହି ନାହାନ୍ତି। ତେବେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି। ଏନେଇ ଟାଇଗରଙ୍କ ବାପା ତଥା ଅଭିନେତା ଜ୍ୟାକି ଶ୍ରୋଫ୍‌ ବି ଏକ ସାକ୍ଷାତକାରରେ ଇସାରା ଦେଇ ସାରିଛନ୍ତି।

ଏକ ଇଂରାଜୀ ଖବର କାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିଶା ଜଣେ ରକ୍ଷଣଶୀଳ ଗର୍ଲଫ୍ରେଣ୍ଡ। ଟାଇଗର୍‌ କୌଣସି ଝିଅଙ୍କ ସହିତ ମିଶାମିଶି କଲେ ସେ ଆଦୌ ପସନ୍ଦ କରନ୍ତି ନାହିଁ। ଏମିତିକି ଫିଲ୍ମରେ କୌଣସି ଅଭିନେତ୍ରୀଙ୍କ ସହିତ ଇଣ୍ଟିମେଟ୍ ବା କିସିଂ ସିନ୍ ନ କରିବା ପାଇଁ ସେ ଟାଇଗରକୁ କହିଛନ୍ତି। ସେଥିପାଇଁ କୁଆଡ଼େ ଟାଇଗର କୌଣସି ଫିଲ୍ମରେ ଇଣ୍ଟିମେଟ୍ ସିନ୍ ନାହିଁ। ଅନ୍ୟପକ୍ଷରେ ଟାଇଗରଙ୍କ ପାଇଁ ଏମିତି ଲକ୍ଷ୍ମଣ ରେଖା ଟାଣିଥିବା ଦିଶା କିନ୍ତୁ ନିଜ କ୍ଷେତ୍ରରେ ଏହାକୁ ଆପଣାଇ ନାହାନ୍ତି। ତେଣୁ ସେ ଟାଇଗରକୁ ଧୋକା ଦେଇଛନ୍ତି ବୋଲି ବି’ ଟାଉନ୍‌ରେ ଚର୍ଚ୍ଚା ଚାଲିଛି। ତାଙ୍କର ଅପ୍‌କମିଂ ଫିଲ୍ମ ‘ବଲଙ୍ଗ’ର ଟ୍ରେଲର ରିଲିଜ୍ ହେବା ପରେ ଏହି ଆଲୋଚନା ହେଉଛି।

‘ମଲଙ୍ଗ’ର ଟ୍ରେଲରରେ ଦିଶା ଅଭିନେତା ଆଦିତ୍ୟ ରୟ କପୁରଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ଟାଇଗରଙ୍କ ପ୍ରତିକ୍ରିୟା କ’ଣ ରହିଛି, ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଦିଶା ପଟାନୀ ଓ ଆଦିତ୍ୟ ରାୟ କପୁରଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ’ରେ ଅନୀଲ କପୁର ନେଗେଟିଭ୍‌ରେ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୭ ତାରିଖରେ ରିଲିଜ୍‌ ହେବ।

 



from Odisha Reporter https://ift.tt/2tMktki

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages