ପୁରୀ (ଓଡ଼ିଶା ରିପୋର୍ଟର): ଆଜି ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ। ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ।
ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ । ଏହି କ୍ରମରେ ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରୁଥିବା ବେଳେ ଗତକାଲି ଭୋଗୀ ପାଳନ କରିଛନ୍ତି। ସେହିପରି ପୋଙ୍ଗଲ ପରଦିନକୁ କାନୁମୁ ଭାବେ ପାଳନ କରନ୍ତି ।
ବ୍ରହ୍ମପୁର, ଜୟପୁରର ବିଭିନ୍ନ ଅଞ୍ଚଳରେ ତେଲୁଗୁ ସମ୍ପ୍ରଦାୟ ଲୋକେ ବହୁ ସଂଖ୍ୟାରେ ରହୁଥିବାରୁ ଏଠାରେ ୩ଦିନ ଧରି ମକର ପର୍ବ ବେଶ୍ ଧୁମଧାମରେ ପାଳନ କରାଯାଉଛି। ରାଉରକେଲା ବଜାରରେ ମଧ୍ୟ ମୁଢି ମୁଆଁ, ଖଇ ମୁଆଁ ଆଦିର ପସରା ଖୋଲିଛି।
from Odisha Reporter https://ift.tt/30mualP
No comments:
Post a Comment