ନକ୍ସଲ ଦମ୍ପତି ଗିରଫ; ୧୦୦ରୁ ଅଧିକ ମାମଲାରେ ଜଡ଼ିତ ଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 8, 2020

ନକ୍ସଲ ଦମ୍ପତି ଗିରଫ; ୧୦୦ରୁ ଅଧିକ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ରୁ ବିଶାଖାପାଟଣା ଗ୍ରାମାଞ୍ଚଳ ପୁଲିସ୍‌ ଆଜି ହାର୍ଡକୋର ନକ୍ସଲ ଦମ୍ପତିଙ୍କୁ ଗିରଫ କରିଛି।  ସେମାନେ ହେଲେ ବେଳମ ନାରାୟଣ ସ୍ୱାମୀ ଓରଫ ଦାମୋଦର ଏବଂ ତାଙ୍କ ପତ୍ନୀ ଫୁଲମତି ଓରଫ୍ ଗାଙ୍ଗା ମାଢ଼ି।

ଦାମୋଦର ମାଲକାନଗିରି ଏରିଆ କମିଟିରେ ଦୀର୍ଘ ଦିନ ଧରି ସଚିବ ଭାବେ କାମ କରୁଥିଲେ। ୨୦୧୧ ମସିହାରୁ ପୁଲିସ୍‌ ଦାମୋଦରଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କର ଟେର ପାଇପାରୁ ନଥିଲା। ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ  ଓ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆନ୍ଧ୍ର ଯବାନଙ୍କ ଉପରେ ଆକ୍ରମଣ ପରି ୧୦୦ରୁ ଅଧିକ ଘଟଣାରେ ଦାମୋଦର ଜଡ଼ିତ ଥିଲେ। ତେବେ ଦାମୋଦରଙ୍କ ନାଁରେ ୨୦ ଲକ୍ଷର ପୁରସ୍କାର ରାଶି ଥିଲା।

ଅନ୍ୟପକ୍ଷରେ ଦାମୋଦର ମ୍ୟାଲେରିଆ ଜ୍ୱରରେ ପୀଡିତ ଥିବାରୁ ସେ ଏକ ଗାଡ଼ିରେ ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିଲେ। ପୁଲିସ୍ ଗୁଡେମ୍‌ ନିକଟରେ ଗାଡ଼ିଂ ଚେକିଂ କରୁଥିବା ବେଳେ ଦାମୋଦରଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ସମୟରେ ସେ ହାର୍ଡକୋର ନକ୍ସଲ ବୋଲି ଜାଣି ପାରି ଗିରଫ କରିଥିଲା।



from Odisha Reporter https://ift.tt/39L8qEu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages