ଘନ କୁହୁଡ଼ି ନେଇ ଏହସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ଘନ କୁହୁଡ଼ି ନେଇ ଏହସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, “ଆସନ୍ତାକାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ଓ କୋରାପୁଟ ଜିଲ୍ଲା ପାଇଁ ଏହି ସତ୍ତର୍କ ସୂଚନା ଜାରି କରାଯାଇଛି। ତା’ ସହିତ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଘନ କୁଡୁଡ଼ି ଦେଖାଯିବାର ସମ୍ଭାବନା ରହିଛି।”

ସେ ଆହୁରି କହିଛନ୍ତି ଯେ ଆଜି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ଥିଲା। ସେହିପରି ଫୁଲବାଣୀ ଓ ସୋନପୁରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରହିଥିଲା।

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା, ଭଦ୍ରକ, ପୁରୀ, ପାରାଦୀପ, ଜଗତସିଂହପୁର, ଟିଟିଲାଗଡ଼, ସୁନ୍ଦରଗଡ଼, ଫୁଲବାଣୀ, ମାଲକାନଗିରି, କଟକ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ଚାନ୍ଦବାଲିକୁ ସବୁଠୁ ଅଧିକ କୁହୁଡ଼ି ଆଚ୍ଛାଦିତ କରି ରଖିଥିଲା।  ସକାଳେ ଏଠାରେ ୨୦ ମିଟର ପରେ ଆଉ କିଛି ଦୃଶ୍ୟମାନ ହେଉ ନଥିଲା। ସେହିପରି ପାରାଦୀପ ଓ ଅନୁଗୋଳରେ ୩୦ମିଟର, କଟକ, ଭୁବନେଶ୍ୱର ଓ ପୁରୀରେ ୫୦ ମିଟର ପରେ କିଛି ଦେଖାଯାଉ ନଥିଲା। ଏଭଳି ସ୍ଥିତି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜି ଥିଲା। କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ଧାମରାରେ ମୁହାଣ ନିକଟରେ ଏକ ଲଞ୍ଚ୍ ବାଟବଣା ହୋଇଯାଇଥିଲା।

 



from Odisha Reporter https://ift.tt/2G070Zk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages