ପେଟ ସଫା ରଖିବାକୁ ଖା’ନ୍ତୁ ଏହି ପରିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ପେଟ ସଫା ରଖିବାକୁ ଖା’ନ୍ତୁ ଏହି ପରିବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନିଆ ପରିବା ହେଉଛି ମୂଳା। ଅଧିକାଂଶ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରନ୍ତି। ସେହିପରି ଅନେକ ଏହାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ପକାଇ ଖାଇବାକୁ ଭଲ ପା’ନ୍ତି। ମୂଳା ବ୍ୟବହାର କରି ଆପଣ ପରଟା ବି କରି ପାରିବେ। ଏହା ଖୁବ୍ ସୁଆଦିଆ ଲାଗେ। ତେବେ ମୂଳା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ବି ସହାୟତା କରେ। ତା’ହେଲେ ଆସନ୍ତୁ ଜାଣିବା ମୂଳା ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ।

୧. ଯଦି ଆପଣଙ୍କୁ ଥଣ୍ଡା ଓ କାଶ ହେଉଛି, ତା’ହେଲେ ଡାଏଟ୍‌ରେ ମୂଳାକୁ ସାମିଲ କରନ୍ତୁ। କାରଣ ମୂଳାରେ ଡି-କଞ୍ଜେଷ୍ଟେଣ୍ଟ କମ୍ପାଉଣ୍ଡ ରହିଛି, ଯାହା ନାକ ଓ ଗଳାକୁ ସଫା ରଖିଥାଏ। ଏଥିଯୋଗୁଁ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇ ନ ଥାଏ ଏବଂ ଥଣ୍ଡାକାଶ ଦୂର ହୋଇଥାଏ।

୨. ମୂଳାରେ ପୋଟାସିୟମ୍‌ ରହିଛି। ଏହା ଶରୀରରେ ସୋଡିୟମ୍‌-ପୋଟାସିୟମ୍‌ର ସନ୍ତୁଳନ ରକ୍ଷାକରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

୩. ଏଥିରେ ଥିବା ଫାଇବର୍‌ ପେଟକୁ ସଫା ରଖି ଖାଦ୍ୟକୁ ହଜମ କରିବା ପାଇଁ ସାହାଯ୍ୟ କରିଥାଏ।

୪. ମୂଳାରେ ଇନ୍‌ସୁଲିନ୍‌କୁ କଣ୍ଟ୍ରୋଲ୍‌ କରିବା ଗୁଣ ରହିଥିବାରୁ ଏହାଦ୍ୱାରା ସୁଗାରର ସ୍ତର ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

୫. ମୂଳାରେ ଡାଇୟୁରୋଟିକ୍ ଗୁଣ ରହିଛି, ଯାହା କିଡ୍‌ନୀରୁ ବିଷାକ୍ତ ପଦାର୍ଥକୁ କାଢ଼ିବାରେ ସାହାଯ୍ୟ କରିଥାଏ।

୬. ଏଥିରେ ଥିବା ଫାଇବର ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

 



from Odisha Reporter https://ift.tt/35ZM13d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages